ପୁଅଙ୍କ ପାଇଁ ପାଗଳ ହୁଅନ୍ତି ଏହି ଦେଶର ଯୁବତୀ, ହେଲେ ସହଜରେ ମିଳି ନ ଥାଆନ୍ତି ମନର ମଣିଷ, ଜାଣନ୍ତୁ କାହିଁକି

ଯୁବା ବୟସରେ ପହଞ୍ଚିଲେ, ସାଧାରଣତଃ ଝିଅମାନେ ନିଜ ପାଇଁ ଉପଯୁକ୍ତ ପୁଅ ଖୋଜିଥାଆନ୍ତି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ଝିଅମାନେ ସୁନ୍ଦରୀ ହୋଇଥିଲେ ମଧ୍ୟ ପୁଅଙ୍କୁ ପାଇବା ପାଇଁ ପାଗଳ ହେଉଛନ୍ତି। ଏଠାରେ ବିବାହ କରିବା ଝିଅମାନଙ୍କ ପାଇଁ ବହୁତ ମୁସ୍କିଲ କାମ ଅଟେ। କାରଣ ସେମାନଙ୍କୁ ସହଜରେ ପୁଅ ମିଳି ନ ଥାଆନ୍ତି। ଏହା ବିଷୟରେ ଶୁଣିଲେ, ଆପଣ ମଧ୍ୟ ଚଳିତ ହୋଇଯିବେ।

girl12

ବ୍ରାଜିଲର ଏକ ସହରରେ ୨୦ରୁ ୩୫ ବର୍ଷୀୟା ଯୁବତୀମାନେ ଆଜି ମଧ୍ୟ ନିଜ ପାଇଁ ବରପାତ୍ର ଖୋଜି ବୁଲୁଛନ୍ତି। ଏହି ସ୍ଥାନରେ ହଜାର ହଜାର ଯୁବତୀ ବିବାହ କରିବା ପାଇଁ ତଡ଼ପୁଛନ୍ତି। ଏହି ସ୍ଥାନରେ ବହୁତ ସୁନ୍ଦରୀ ଯୁବତୀ ରହୁଛନ୍ତି। କିନ୍ତୁ ସମସ୍ୟା ହେଉଛି, ଏଠାରେ ଯୁବକମାନଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି। ସବୁଠାରୁ ବଡ଼ କଥା ହେଲା, ଯୁବତୀମାନେ ପ୍ରେମ ଏବଂ ବିବାହ ପାଇଁ ଏହି ସ୍ଥାନରେ ରହୁଛନ୍ତି। କିନ୍ତୁ ବିବାହ ପରେ ସେମାନେ ସ୍ଥାନ ଛାଡ଼ି ଚାଲିଯିବାକୁ ଚାହିଁ ନ ଥାଆନ୍ତି।

ଏହାସହ ପଢ଼ନ୍ତୁ: ୧୦ ବର୍ଷ ପରେ ବି ଖରାପ ହୋଇନି ମ୍ୟାକ୍‌ ଡୋନାଲ୍ଡସ୍‌ଙ୍କ ଏହି ବର୍ଗର, ଅନ୍‌ଲାଇନରେ ଦେଖି ଲୋକେ ଚକିତ

ଏଠାକାର ଯୁବତୀମାନେ ଚାହାଁନ୍ତି, ଅନ୍ୟ ଗାଁର ଲୋକେ ସେମାନଙ୍କ ସହ ରୁହନ୍ତୁ, ସେମାନଙ୍କ ଅଞ୍ଚଳରେ ଆସି ବାସ କରନ୍ତୁ। ଏଠାରେ ବହୁତ କମ୍‌ ବିବାହିତ ଲୋକ ଅଛନ୍ତି ଏବଂ ଯେଉଁ କେତେଜଣ ଯୁବକ ଅଛନ୍ତି, ସେମାନଙ୍କ ବୟସ ଖୁବ୍‌ କମ୍‌। କହିବାକୁ ଗଲେ, ଏହି ସ୍ଥାନରେ ଯୁବତୀ ଏବଂ ମହିଳାମାନଙ୍କର ରାଜ୍‌ ଚାଲେ। ସେମାନଙ୍କ ଦ୍ୱାରା ବନାଯାଇଥିବା ନିୟମ କାନୁନ ମାନି ଯୁବକଙ୍କୁ ଚାଲିବାକୁ ପଡ଼େ।

Leave A Reply

Your email address will not be published.