Below header

କୋଭିଡର ତୃତୀୟ ଲହରକୁ ଆଡେଇ ହେବ ନାହିଁ, ଆସିବ ନିଶ୍ଚିନ୍ତ

ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ କୋଭିଡର ତୃତୀୟ ଲହରକୁ ଏଡେଇ ହେବ ନାହିଁ। ତୃତୀୟ ଲହର କେବେ ଆସିବ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ନୂଆ ଲହରକୁ ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ରହିବା ଉଚିତ୍‌। କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ ଆଜି ଏହି ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ, ଦେଖିଲେ ଦେଶରେ ଏବେ କରୋନାର ଦ୍ଵିତୀୟ ଲହର ନିଜ କାୟା ମେଲାଇବାରେ ଲାଗିଛି । ଦିନକୁ ପାଖାପାଖି ୩ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା ବେଳେ ମୃତୁ ସଂଖ୍ୟା ବି ଆଗ ଅପେକ୍ଷା ବଢିଛି ।

ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହର ଅଧିକ ପ୍ରଭାବଶାଳୀ ଥିବା ସମସ୍ତେ ଅନୁଭବ କରିସାରିଲେଣି । ସେହିପରି ତୃତୀୟର ପ୍ରଭାବ କେତେ ରହିବ ସେବାବଦରେ ଏଯାବତ କୌଣସି ପ୍ରକାର ଅନୁମାନ କରାଯାଇ ପାରିନାହିଁ । କିନ୍ତୁ ସତର୍କ ରହିଲେ ଆମେ ଏହାର ଭୟାବହତାକୁ ଏଡାଇ ପାରିବା ବୋଲି ବିଶେଷଜ୍ଞ କେ. ରାଘବନ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.