Below header

ଏପରି ଏକ ଦେଶ ଯେଉଁଠି ମହିଳାଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହୁଅନ୍ତି ପୁରୁଷ, ସହିବାକୁ ପଡିଥାଏ ନର୍କ ଯନ୍ତ୍ରଣା

ଆଜି ପର୍ଯ୍ୟନ୍ତ ଆପଣ କେବଳ ମହିଳାମାନଙ୍କ ଉପରେ ଅତ୍ୟାଚାର ହେବ କଥା ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ପୁରୁଷମାନଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏଠାରେ ପୁରୁଷମାନଙ୍କୁ ମହିଳା ମାନଙ୍କ ଆଦେଶ ଅନୁଯାୟୀ କାମ କରିବାକୁ ପଡିଥାଏ । ଏହି ଦେଶରେ ମହିଳା ମାନେ ନୁହେଁ ବରଂ ପୁରୁଷମାନେ ଅତ୍ୟାଚାରର ଶିକାର ହୋଇଥାନ୍ତି । ଯେଉଁ କାରଣରୁ ଏହି ଦେଶକୁ ପୁରୁଷମାନଙ୍କ ପାଇଁ ନର୍କ ବୋଲି କୁହାଯାଇଥାଏ ।

Image result for this-country-is-hell-for-men-they-have-to-face-such-tortures

ସୂଚନା ଅନୁଯାୟୀ ଏହି ଦେଶରେ ମହିଳାମାନେ ପୁରୁଷମାନଙ୍କୁ ନିଜର ଗୋଲାମ କରି ରଖିଥାନ୍ତି । ତେବେ ଏହାର ନାମ ହେଉଛି ‘ଅଦର ୱାର୍ଲଡ କିଙ୍ଗଡମ’ ଯାହାକି ୧୯୯୬ ମସିହାରେ ୟୁରୋପିୟନ କଣ୍ଟ୍ରି ଚେକ ରିପବ୍ଲିକ ଦ୍ୱାରା ତିଆରି ହୋଇଥିଲା ଯଦିଓ ଏହାକୁ ଅନ୍ୟରାଷ୍ଟ୍ରଗୁଡିକ ଦେଶର ମାନ୍ୟତା ଦେଇନଥିଲେ । ଏହି ଦେଶ ମାତ୍ର ୭.୪ ଏକର ଜାଗାରେ ବିସ୍ତୃତ ଏବଂ ଏଠାରେ ସୁଖ ସୁବିଧା ପାଇଁ ସବୁକିଛି ଉପଲବ୍ଧ । ଏପରିକି ଏଠାରେ ସୁଇମିଂ ପୁଲ ଠାରୁ ନାଇଟ କ୍ଲବ ପର୍ଯ୍ୟନ୍ତ ସବୁକିଛି ରହିଛି କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏଠାରେ ମହିଳାଙ୍କ ବିନା ଅନୁମତିରେ ପୁରୁଷମାନେ କିଛି କରିପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.