Maruti Suzuki କାର୍‌ଗୁଡ଼ିକ ଉପରେ ମିଳୁଛି ବମ୍ପର୍‌ ଡିସ୍‌କାଉଣ୍ଟ! ଜାଣନ୍ତୁ କେତେ ମିଳିବ ଫାଇଦା

କାର୍‌ କମ୍ପାନୀଗୁଡ଼ିକ ଏବେ ହଜାର ହଜାର ଟଙ୍କାର ଡିସ୍‌କାଉଣ୍ଟ ଅଫର୍‌ କରୁଛନ୍ତି, ଯାହାର ଫାଇଦା ଆପଣ ଆଗାମୀ କିଛି ସପ୍ତାହ ପଯ୍ୟର୍ନ୍ତ ନେଇପାରିବେ। କହି ରଖୁଛୁ କି, ଯେଉଁ କାର୍‌ଗୁଡ଼ିକ ଉପରେ ଏହି ବଡ଼ ରିହାତି ମିଳୁଛି, ସେଗୁଡ଼ିକ କମ୍ପାନୀର BS4 ଷ୍ଟକ୍‌।

ଚଳିତବର୍ଷ ଏପ୍ରିଲ ୧ରୁ ସାରା ଦେଶରେ BS6 ଏମିଶନ ନର୍ମସ୍‌ ଲାଗୁ ହେବାକୁ ଯାଉଛି, ଯେଉଁ କାରଣରୁ ଏବେ ଗାଡ଼ିଗୁଡ଼ିକରେ BS6 ଇଞ୍ଜିନ୍‌ ଲଗାଇବା ଅନିବାଯ୍ୟର୍। ତେଣୁ ଏବେ କାର୍‌ କମ୍ପାନୀଗୁଡ଼ିକ BS4 ଷ୍ଟକ୍‌ ଉପରେ ବଡ଼ ରିହାତି ଅଫର୍‌ କରୁଛନ୍ତି। ବଳକା BS4 ଷ୍ଟକ୍‌କୁ କ୍ଲିୟର କରିବା ପାଇଁ କମ୍ପାନୀ ଏଭଳି ସୁବିଧା ଆଣିଛି।

mar4

କମ୍ପାନୀର ଷ୍ଟକ୍‌ କ୍ଲିୟରାନ୍ସ ଅଫର୍‌ ଡିସେମ୍ବରରୁ ହିଁ ଆରମ୍ଭ ହୋଇଛି, ଯେଉଁଥିରେ ବଡ଼ ବଡ଼ କାର୍‌ କମ୍ପାନୀ ସାମିଲ ଅଛନ୍ତି। ଆଜି ଆମେ ଆପଣଙ୍କୁ Maruti Suzuki ରିହାତି ଅଫର୍‌ କରୁଥିବା କାର୍‌ଗୁଡ଼ିକ ବିଷୟରେ କହିବୁ।

୧. maruti s presso

କମ୍ପାନୀ କିଛିଦିନ ପୂର୍ବରୁ ହିଁ ଏହି କାର୍‌ ଲଞ୍ଚ୍‌ କରିଥିଲା। ଭାରତରେ ଏହାକୁ ବଢ଼ିଆ ରେସ୍‌ପନ୍ସ ମିଳିଥିଲା। ଏବେ ଏହି କାର୍‌କୁ ଆପଣ ୧୭,୫୦୦ ଟଙ୍କା ରିହାତି ମୂଲ୍ୟରେ କିଣିପାରିବେ।

୨. vitara brezza

ମାରୁତିର ଏହି କାର୍‌କୁ ଭାରତରେ ଖୁବ୍‌ ପସନ୍ଦ କରାଯାଇଥିଲା। ଯଦି ଆପଣଙ୍କୁ ବି ଏହି କାର୍‌ ପସନ୍ଦ, ତା’ହେଲେ ଆପଣ ଏହାକୁ ୮୪,୦୦୦ ଟଙ୍କାର ଡିସ୍‌କାଉଣ୍ଟ ସହିତ କିଣିପାରିବେ।

mar5

୩. maruti dzire

ଏହି କାର୍‌ କମ୍ପାନୀର ସବୁଠାରୁ ସଫଳତମ କାର୍‌ କହିଲେ ଭୁଲ୍‌ ହେବନାହିଁ। ଯଦି ଆପଣ ଏହାର BS4 ଭର୍ସନ୍‌ କିଣିବାକୁ ଚାହୁଁଛନ୍ତି, ତା’ହେଲେ ୭୭,୦୦୦ ଟଙ୍କାର ରିହାତି ମୂଲ୍ୟରେ କିଣିପାରିବେ।

୪. swift car

ମାରୁତି ସ୍ୱିପ୍ଟ ଉପରେ ମଧ୍ୟ ରିହାତି ରହିଛି। ଏହାର BS4 ଭର୍ସନ୍‌ ଆପଣ ୭୦,୭୫୦ ଡିସ୍‌କାଉଣ୍ଟ ସହିତ କିଣିପାରିବେ।

୫. Celerio ଏବଂ eco

ଏହି ଦୁଇଟି କାର୍‌ର BS4 ମଡେଲ୍‌ ଉପରେ ଡିସ୍‌କାଉଣ୍ଟ ମିଳୁଛି। celerioକୁ ଆପଣ ୪୫,୧୦୦ ଟଙ୍କା ଶସ୍ତା ରିହାତିରେ କିଣିପାରିବେ ଏବଂ ecoକୁ ଆପଣ ୪୦,୧୦୦ ଟଙ୍କାର ଡିସ୍‌କାଉଣ୍ଟରେ କିଣିପାରିବେ।

mar6

୬. wagon r

ଏହା କମ୍ପାନୀର ଏକ ପପୁଲାର୍‌ କାର୍‌। ଏଥିରେ ଆପଣଙ୍କୁ ୩୫,୧୦୦ ଟଙ୍କାର ଡିସ୍‌କାଉଣ୍ଟ ମିଳିବ।

୭. alto

ମାରୁତି ଅଲ୍‌ଟୋ ଦେଶର ସବୁଠାରୁ ପପୁଲାର୍‌ କାର୍‌। ଏହି କାର୍‌କୁ ଆପଣ ୫୦,୧୦୦ ଟଙ୍କା ରିହାତି ଦରରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.