Below header

ଗର୍ଭସ୍ଥ ଶିଶୁକୁ ସଂସ୍କାରୀ କରିବା ପାଇଁ ଆସିଲା ନୂଆ ପାଠ୍ୟକ୍ରମ, ଜାନୁଆରୀରୁ ହେବ ଆରମ୍ଭ

ଉତ୍ତରପ୍ରଦେଶର ଗର୍ଭବତୀ ମହିଳାମାନଙ୍କ ପାଇଁ ଖୁସି ଖବର। ଏବେ ଗର୍ଭରୁ ହିଁ ଶିଶୁ ସଂସ୍କାର ଦିଆଯିବ। ଆପଣ ଭାବୁଥିବେ କିପରି ? ଗର୍ଭସ୍ଥ ଶିଶୁ କିପରି ସଂସ୍କାରୀ ହୋଇପାରିବ। ଜଣେ ଶିଶୁ ଜନ୍ମ ହେବା ପରେ ହିଁ ତାକୁ ବିଭିନ୍ନ କଥା ଏବଂ ସଂସ୍କାର ବିଷୟରେ ଶିକ୍ଷା ଦିଆଯାଏ। କିନ୍ତୁ କାନପୁର ଛତ୍ରପତି ଶିବାଜୀ ମହାରାଜା ବିଶ୍ୱବିଦ୍ୟାଳୟରେ ଏପରି ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଚାଲିଛି। ଗର୍ଭସ୍ଥ ଶିଶୁକୁ ସଂସ୍କାରୀ କରିବା ପାଇଁ ମାଆ ମାନଙ୍କୁ ଶିକ୍ଷା ଦିଆଯିବ। କେବଳ ମା ମାନେ ନୁହେଁ ବରଂ ଅବିବାହିତ ଯୁବତୀମାନେ ମଧ୍ୟ ଏହି ଶିକ୍ଷାଗ୍ରହଣ କରିପାରିବେ। ଏହି ବ୍ୟବସ୍ଥା ଆସନ୍ତା ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି।

home

ଏହି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନୀଳିମା ଗୁପ୍ତାଙ୍କ କହିବାନୁଯାୟୀ, ଆଜିକାଲି ଏପରି ମହତ୍ୱପୂର୍ଣ୍ଣ ବିଷୟରେ ଉପରେ କେହି ବି ଧ୍ୟାନ ଦେଇନାହାନ୍ତି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ପ୍ରଥମେ ଏହି ପାଠ୍ୟକ୍ରମର ଅବଧି ତିନି ମାସରୁ ଛଅ ମାସ ରହିବ। ଏହି ପାଠ୍ୟକ୍ରମ ସରିବା ପରେ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ।

baby

ଏହି ପାଠ୍ୟକ୍ରମ ଜରିଆରେ ଗର୍ଭବତୀ ମହିଳାମାନଙ୍କ ଶିଶୁ କିପରି ସଂସ୍କାରୀ ହେବେ, ସେମାନଙ୍କ ଭବିଷ୍ୟ କିଭଳି ହେବ, ତାହା ବିଷୟରେ ସଚେତନତା କରାଯିବ। ପାଠ୍ୟକ୍ରମ ଆରମ୍ଭରୁ ଗର୍ଭ ସଂସ୍କାର ବିଷୟରେ ପାଠ ପଢାଯିବ। ବଦଳୁଥିବା ଜୀବନଶୈଳୀ ସେମାନଙ୍କ ପିଲା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଯଦି ସେମାନେ ପାଠ୍ୟକ୍ରମ ଦ୍ୱାରା ସଂସ୍କାର ଶିଖିଯିବେ ତେବେ ଏଭଳି ନକାରାତ୍ମକ ପ୍ରଭାବ ପରିବର୍ତ୍ତେ ଭଲ ପ୍ରଭାବ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.