Below header

ବାର୍ବି ଡଲ୍ ଭଳି ଜୀବନ ବିତାଉଛନ୍ତି ଏହି ଯୁବତୀ!

ଏହି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। କ’ଣ ଆପଣଙ୍କୁ ବି ଲାଗୁଛି ଏହା ଏକ ବାର୍ବି ଡଲ୍ ବୋଲି? ଯଦି ଲାଗୁଥାଏ, ତା’ହେଲେ ଆପଣ ପୂରାପୂରି ଭୁଲ୍‌। ସାମାନ୍ୟ ନିରିଖି ଦେଖିଲେ ଆପଣ ଜାଣିପାରିବେ ଏହା କୌଣସି ବାର୍ବି ଡଲ୍ ନୁହେଁ, ବରଂ ଜଣେ ଯୁବତୀ। ଯୁବତୀ ଜଣକ ଚୀନର। ବ୍ଲଗର ତଥା ମଡେଲ ଥିବା ଏହି ଚାଇନିଜ୍ ଯୁବତୀ କିନା ସେନ ନିଜ ବେଶଭୂଷାକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି।

doll2

୨୫ ବର୍ଷୀୟା କିନାଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ସେ ବହୁତ ଅଲଗା ଲୁକ୍‌ରେ ନଜର ଆସୁଛନ୍ତି, ଯାହାକୁ ଦେଖି ୟୁଜରମାନେ ଚକିତ ହୋଇଯାଉଛନ୍ତି। ଏକ ୱେବ୍‌ସାଇଟ ଅନୁସାରେ, କିନା ୨୦୧୩ରୁ ସୋସିଆଲ ସାଇଟ୍ ଇନ୍‌ଷ୍ଟାଗ୍ରାମରେ ଆକ୍ଟିଭ୍ ଅଛନ୍ତି। ଆଉ ତାଙ୍କୁ ପାଖାପାଖି ୫ ଲକ୍ଷ ଲୋକ ଫଲୋ କରୁଛନ୍ତି। କିନା ଖୁବ୍ ମେକ୍‌ଅପ ଏବଂ ଅଲଗା ଅଲଗା ଟାଇପ୍‌ର ଡ୍ରେସ୍ ପିନ୍ଧି ନିଜ ଆକାଉଣ୍ଟରେ ଫଟୋ ସବୁ ଅପଲୋଡ୍ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଚୀନର ଏହି ବିଲେଇ ୫ଟି ବିଲେଇଙ୍କ ସହ ସାରା ରାତି କଲା ରୋମାନ୍ସ, ହୋଇଗଲା ଏଭଳି ଅବସ୍ଥା, ଏବେ ହସ୍ପିଟାଲରେ

ଫଟୋରେ ସେ ଏକଦମ୍ ହ୍ୟୁମାନ୍ ଡଲ୍ ଭଳି ଲାଗୁଛନ୍ତି। ଏହି ଫଟୋ ଜରିଆରେ କିନା ଚୀନ୍ ମିଡିଆରେ ସେଲିବ୍ରିଟି ବନିଯାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍ ଛଡ଼ା ଚୀନ୍‌ର ଫଟୋ ସେୟାରିଂ ସାଇଟ୍‌ରେ ମଧ୍ୟ ତାଙ୍କର ଖୁବ୍ ପ୍ରଶଂସା ହେଉଛି। ତେବେ ସେ ଏଭଳି ଡ୍ରେସ୍ ଚୟନ କରନ୍ତି, ଯେପରି ବାର୍ବି ଡଲ୍ ଭଳି ଦେଖାଯିବେ। ପ୍ରତ୍ୟେକ ଥର ଫଟୋ ଅପ୍‌ଲୋଡ କରିବା ବେଳେ ୟୁଜରମାନେ ତାଙ୍କ ଲୁକ୍‌କୁ ନେଇ ଧୋକା ଖାଇଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.