ମାତ୍ର ୩ ଜଣ ଯାତ୍ରୀଙ୍କୁ ନେଇ ୧୫୮୧ କିଲୋମିଟର ଚାଲିଲା ଏହି ଟ୍ରେନ

ସାଧାରଣତଃ ପର୍ବପର୍ବାଣି ସମୟରେ ରେଳ, ବିମାନ ଯାତ୍ରା ରେ ବହୁତ ମାତ୍ରାରେ ଭିଡ ଜମିଥାଏ । ଆଗତୁରା ଟିକଟ ନକାଟିଲେ ଟିକଟ ମଧ୍ୟ ମିଳିନଥାଏ । ଭଲ ସିଟ ଟିଏ ମିଳିବା ଯେମିତି କାଠିକର ପାଠ ହୋଇଯାଏ । ଏହି ସମୟରେ ରେଳ ଯାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ ରେଳ ବିଭାଗକୁ ବହୁ ସ୍ପେଶାଲ ଟ୍ରେନ ମାନ ଚଳାଇବାକୁ ମଧ୍ୟ ପଡିଥାଏ । ସବୁ ବର୍ଷ  ପରି ଏହି ବର୍ଷ ମଧ୍ୟ ରେଳ ବିଭାଗ ପଞ୍ଜାବର ଫିରୋଜପୁର ଠାରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଏକ ନୂଆ ଟ୍ରେନ ଚଳାଇଥିଲା । ଏହି ଟ୍ରେନଟି ଶୁକ୍ରବାର ଦିନ ୧୫୮୧ କିଲୋମିଟର ପାଇଁ ଚଲା ଯାଇଥିବା ବେଳେ ସେଥିରେ ମାତ୍ର ୩ ଜଣ ଯାତ୍ରୀ ହିଁ ଯାତ୍ରା କରିଥିଲେ ।

ଏହା ଏହି ଟ୍ରେନର ପ୍ରଥମ ଯାତ୍ରା ଥିଲା ।  ଅନୁମାନ କରାଯାଉଛି ଯେ ହୁଏତ ରେଳ ବିଭାଗ ଯାତ୍ରୀ ମାନଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନ ବିଷୟରେ ଠିକରେ ତଥ୍ୟ ଦେଇପାରି ନାହାନ୍ତି । ତେଣୁ କରି ଯାତ୍ରୀମାନେ ହୁଏତ ଠିକ ସମୟରେ ଟିକେଟ କାଟି ପାରିନାହାନ୍ତି । ଏହି ଟ୍ରେନଟିର ଏମିତି ଚାଲିବା ଦ୍ୱାରା ରେଳ ବିଭାଗର ବହୁ କ୍ଷତି ହୋଇଛି । ସୂଚନା ମୁତାବକ ଏହି ଟ୍ରେନ ଗତ ଶୁକ୍ରବାର ପଞ୍ଜାବର ଫିରୋଜପୁର ଠାରୁ ବିହାରର ଦରଭଙ୍ଗା ଅଭିମୁଖେ ଚାଲିଥିଲା । ଏହି ସ୍ପେଶାଲ ପାସେଞ୍ଜର ଟ୍ରେନରେ ପ୍ରଥମ ଦିନ ମାତ୍ର ୩ ଜଣ ଯାତ୍ରୀ ହିଁ ଯାତ୍ରା କରିଥିଲେ । ପ୍ରାୟ ୧୬ କୋଚ ସମ୍ପୂର୍ଣ୍ଣ ଖାଲି ଯାଇଥିଲା । ରେଳ ବିଭାଗ ଟ୍ରେନର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ସେଥିରେ ରେଲୱେ ଟାସ୍କ ଫୋର୍ସ ସହ ଟିଟିଆଇ ନିଯୁକ୍ତ କରିଥିଲେ । ଫିରୋଜପୁର ରେଳମଣ୍ଡଳ ତରଫରୁ ଏହାକୁ ଚଲାଯାଇଥିଲା ।

ଏହା ସହ ପଢନ୍ତୁ: କରତାରପୁର ସାହିବ ଉଦଘାଟନ ଉତ୍ସବରେ ଯୋଗ ଦେଇ ପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ଏହି ଟ୍ରେନ ଶୁକ୍ରବାର ପାଞ୍ଚଟା ବାଜି ୧୫ ମିନିଟରେ ବାହାରିଥିଲା ବେଳେ  ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଯୋଜନା କରାଯାଇଛି । ପଚରା ଉଚରା କରି ମାତ୍ର ୩ ଜଣ ହିଁ ଟିକେଟ କାଟିଥିଲେ ସେହି ୩ ଜଣ ହିଁ ଏହି ଟ୍ରେନରେ ସେଦିନ ଯାତ୍ରା କରିଥିଲେ । ଏହି ସ୍ପେଶାଲ ଟ୍ରେନରୁ ରେଳ ବିଭାଗ  ଲାଭ କରିବା ଲକ୍ଷ ରଖି ନ ଥିଲେ ମଧ୍ୟ ଏତେ କମ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଏତେ ବାଟ ଯାତ୍ରା କରିବା ସମସ୍ତଙ୍କୁ ଚକିତ କରିଛି । ଏମିତିକି ୧୫୮୧ କିଲୋମିଟର ଯାତ୍ରା କରି ମାତ୍ର ୭୮୫ ଟଙ୍କା ଆୟ କରିପାରିଛି ରେଳ ବିଭାଗ । ଆଶା କରାଯାଉଛି କି ପ୍ରଥମ ଦିନ କ୍ଷତି ସହିବାକୁ ପଡ଼ିଥିଲେ ମଧ୍ୟ ହୁଏତ ରେଳ ବିଭାଗ ଆଗକୁ ଭଲ ଆୟ କରିପାରେ । ଏହି ଟ୍ରେନ ଫରିଦ କୋର୍ଟ, କୋଟକ ପୁରା, ଭଟିନ୍ଦ।, ଆମ୍ବଲା, ଦିଲ୍ଲୀ, ମୁରାଦାବାଦ, ଲଖନଉ,ବନାରସ, ପାଟଲି ପୁତ୍ର ପରି ସ୍ଥାନ ଦେଇ ହିଁ ଗତି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.