ବୟସ ମାତ୍ର ୧୪ ବର୍ଷ: ୮ ପୃଷ୍ଠାରେ ଏହି ଦୁଇ ବାଳିକା ରଚିଥିଲେ ୯ ଜଣଙ୍କ ମୃତ୍ୟୁର ତାଣ୍ଡବ, ଆଉ ତା’ ପରେ

ନିଜ କାମକୁ ସଠିକ୍‌ ସମୟରେ କରିବା ପାଇଁ ଅନେକ ଲୋକ ଏହାକୁ ପ୍ଲାନିଂ କିମ୍ବା ଟାଇମ ଟେବୁଲ କରି ଲେଖିଦିଅନ୍ତି। କାରଣ ସେମାନଙ୍କୁ ପଛରେ କୌଣସି ହଇରାଣ ହେବାକୁ ଯେମିତି ନ ପଡେ। କିନ୍ତୁ କାହାକୁ ମାରିବା ପାଇଁ ସଠିକ୍‌ ପ୍ଲାନିଂ କରିବା ସହିତ ଏପରି ଟାଇମ ଟେବୁଲ ମଧ୍ୟ ପ୍ରସ୍ତୁତ କରିହୁଏ ବୋଲି କ’ଣ କେବେ ଆପଣ ଚିନ୍ତା କରିଛନ୍ତି। ଏପରି କରିବା ତ ଦୂରର କଥା, ଚିନ୍ତା କରିବା କଥା କେବେ ବି ଆପଣଙ୍କ ମନକୁ ହୁଏତ ଆସିନଥାଇ ପାରେ। କିନ୍ତୁ ଆମେରିକାର ଫ୍ଲୋରିଡାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୋସ୍‌ ଉଡାଇଦେବ।

muerdre

ଘଟଣା ମୁତାବକ, ଆମେରିକାର ଫ୍ଲୋରିଡାର ଏହି ୧୪ ବର୍ଷୀୟା ଦୁଇ ନାବାଳିକା ନିଜର ୯ ଜଣ କ୍ଲାସମେଟକୁ କିପରି ହତ୍ୟା କରିବା ପାଇଁ ପ୍ରସ୍ତୁତ କରିଥିଲେ ଟାଇମ୍‌ ଟେବୁଲ ଏବଂ ପ୍ଲାନିଂ। ଯାହାକୁ ସେମାନେ ୮ ପୃଷ୍ଠା କାଗଜରେ ମଧ୍ୟ ଲେଖିଥିଲେ। ଏହାକୁ ଏକ ଫାଇଲ କରି ଯାହାର ନାମ ଦେଇଥିଲେ ପ୍ଲାନ ୯/୧୧ (ପ୍ରାଇଭେଟ ଇନ୍‌ଫୋ, ନଟ ଟୁ ଓପନ)। ଏହି ଦୁଇ ନାବାଳିକାଙ୍କ ନାମ ଡିଲେନୀ ବୋନ୍ସ ଏବଂ ସୋଲାଞ୍ଜ ଗ୍ରେନ।

school

ଏହି ଫାଇଲରେ ସେମାନେ କିପରି ଏଓ୍ଵାନ ପର୍ଡ ମିଡିଲ ସ୍କୁଲର ୯ ଜଣ ପିଲାଙ୍କୁ ହତ୍ୟା କରିବେ ସେମାନଙ୍କ ନାମ ସହ, କେଉଁଠି ହତ୍ୟା କରିବେ, ତାହା ସହିତ ମୃତଦେହକୁ କିପରି ଠିକଣା ଜାଗାରେ ପହଞ୍ଚାଇବେ, ସବୁ ପ୍ରକାର ପ୍ଲାନିଂ ଏବଂ ଟାଇମ ଟେବୁଲ ଲେଖାଯାଇଥିଲା। ସେମାନେ ହତ୍ୟା କରିବା ବେଳେ କେଉଁ ଡ୍ରେସ ପିନ୍ଧିବେ, କ’ଣ ସମୟ ହେବ ସବୁକିଛି ଏହି ୮ ପୃଷ୍ଠା କାଗଜରେ ଲେଖାଥିଲା। ଯଦି କେହି ଏହାକୁ ଦେଖିଦିଏ ସେ ଏହାକୁ ପ୍ରାଙ୍କ୍‌ କରୁଛନ୍ତି ବୋଲି କହିବେ ବୋଲି ପ୍ଲାନିଂ ମଧ୍ୟ କରିଥିଲେ।

police

ଖବର ମୁତାବକ, କିଛି ଦିନ ତଳେ ଦୁହେଁ ତାଙ୍କର ଏହି ଫାଇଲକୁ ହଜାଇ ଦେଇଥିଲେ। ଯେଉଁଥିପାଇଁ ଦୁହେଁ ଚିନ୍ତାରେ ରହିଥିଲେ। କିନ୍ତୁ ଏହି ଫାଇଲ ତାଙ୍କର ଜଣେ ଶିକ୍ଷକଙ୍କ ହାତରେ ପଡିଯାଇଥିଲା। ଶିକ୍ଷକ ଏହି ଫାଇଲ ଖୋଲି ପଢିବା ପରେ ତାଙ୍କର ମଧ୍ୟ ହୋସ୍‌ ରହିଲା ନାହିଁ। ତା’ ପରେ ଶିକ୍ଷକ ଜଣକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଉକ୍ତ ଦୁଇ ନାବାଳିକାକୁ ଗିରଫ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.