Below header

ନିଜ ଭାଇ ରାବଣଙ୍କ ଗୁଣକୁ ପସନ୍ଦ କରୁ ନଥିଲେ କୁମ୍ଭକର୍ଣ୍ଣ, ଜାଣନ୍ତୁ ପୂରା କାହାଣୀ

ହିନ୍ଦୁମାନଙ୍କ ପବିତ୍ର ଗ୍ରନ୍ଥ ରାମାୟଣରେ ରାବଣର ସାନ ଭାଇ କୁମ୍ଭକର୍ଣ୍ଣ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଆଉ ମଧ୍ୟ ରାମାୟଣ ଅନ୍ୟ ସମସ୍ତ ଚରିତ୍ର ଭିତରେ ଏହାକୁ ଏକ ମୁଖ୍ୟ ଚରିତ୍ର ଭାବେ ଧରାଯାଏ । ହୁଏତ ଏହା କେହି ମଧ୍ୟ ଜାଣିନଥିବେଯେ ନିଜର ବିଶାଳ ଶରୀର ଓ ଭୋକ ପାଇଁ ଖ୍ୟାତି ଲାଭ କରିଥିବା କୁମ୍ଭକର୍ଣ୍ଣ ଜଣେ ଭଲ ଚରିତ୍ରର ମଣିଷ ଥିଲେ ବୋଲି । ଅବଶ୍ୟ ଅନ୍ୟ ମାନଙ୍କୁ ନିଜର ଶକ୍ତି ଦେଖାଇବା ପାଇଁ ତ୍ରେତୟା ଯୁଗରେ ଏହି ବିରାଟ ଅସୁର ବହୁ ସାଧୁସନ୍ଥ ମାନଙ୍କୁ ମାରିଦେଇଥିଲେ । ଆସନ୍ତୁ ସେହି ବିରାଟ ଅସୁରଙ୍କ କେତେ ଗୁଡିଏ ବିଶେଷ ଗୁଣ ବିଷୟରେ ଆଜି ଜାଣିବା ।

୧.ରାକ୍ଷସ କୂଳରେ ଜନ୍ମ ହୋଇଥିଲେ ମଧ୍ୟ କୁମ୍ଭକର୍ଣ୍ଣ ପ୍ରବୃତିରେ ବହୁ ବୁଦ୍ଧିମାନ ଓ ସାହସୀ ଥିଲେ । ଏମିତିକି ତାଙ୍କର ଏହି ବିଶେଷ ଗୁଣ ପାଇଁ ତାଙ୍କୁ ସ୍ୱୟଂ ଦେବରାଜ ଇନ୍ଦ୍ର ମଧ୍ୟ ଇର୍ଷା କରୁଥିଲେ । କେବଳ ଏହି କାରଣରୁ ହିଁ କପଟ କରି ତାଙ୍କୁ ନିଦ୍ରଶାୟୀ କରି ଦେଇଥିଲେ ।

kumbhakarna

୨.ଏକଦା ଏହି ବିରାଟ ଅସୁର ତାଙ୍କର ଅନ୍ୟ ଦୁଇ ଭାଇ ରାବଣ ଓ ବିଭୀଷଣଙ୍କ ସହ ପ୍ରଜାପିତା ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ଯଜ୍ଞର ଆୟୋଜନ କରିଥିଲେ । କିନ୍ତୁ ଯେଉଁ ସମୟରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ବର ଦେବାକୁ ଉଦ୍ୟତ ହୁଅନ୍ତେ କୁମ୍ଭକର୍ଣ୍ଣଙ୍କ ଗଳାରେ ଦେବୀ ସରସ୍ୱତୀ ବାସ କରିଥିଲେ । ଫଳରେ ଯଥା ସମୟରେ କୁମ୍ଭକର୍ଣ୍ଣ ଇନ୍ଦ୍ରାସନ ବଦଳରେ ନିଦ୍ରସନ ମାଗି ବସିଥିଲେ । ଫଳରେ ଏକ ବର୍ଷ ଭିତରେ ସେ ୬ ମାସ ଜାଗ୍ରତ ରହୁଥିବା ବେଳେ ୬ ମାସ ଶୋଇ ରହୁଥିଲେ ।

୩. ପ୍ରଭୁ ରାମଚନ୍ଦ୍ରଙ୍କ ସହ ଯୁଦ୍ଧ ସମୟରେ ଯେତେବେଳେ ଦଶାନନ ରାବଣ ଭୟବିତ ହୋଇଯାଇଥିଲେ ଓ ଜାଣି ଯାଇଥିଲେଯେ ଟଙ୍କା ପରାସ୍ତ ସୁନିଶ୍ଚିତ ବୋଲି । ସେତିକି ବେଳେ ରାବଣ ନିଜ ଭାଇ କୁମ୍ଭକର୍ଣ୍ଣଙ୍କ ସାହାଯ୍ୟ ଲୋଡ଼ିଥିଲେ । କିନ୍ତୁ ଶୟନ ଅବସ୍ଥାରେ ଥିବା କୁମ୍ଭକର୍ଣ୍ଣଙ୍କୁ ଉଠାଇବା ସମସ୍ତଙ୍କ ପକ୍ଷରେ ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ପରେ ତାଙ୍କ ଉପରେ ଲକ୍ଷେ ହାତୀ ମାଡ଼ିଯିବା ପରେ ଯାଇ କୁମ୍ଭକର୍ଣ୍ଣଙ୍କ ନିଦ୍ରା ଭଙ୍ଗ ହୋଇଥିଲା ।

୪.କୁମ୍ଭକର୍ଣ୍ଣଙ୍କର ୨ ଗୋଟି ପୁତ୍ର ସନ୍ତାନ ଥିଲେ । ଜଣେ ହେଉଛି କୁମ୍ଭ ଓ ଅନ୍ୟ ଜଣେ ହେଉଛି ନିକୁମ୍ଭ । ଏ ଦୁହେଁ ମଧ୍ୟ ରାମଙ୍କ ବିରୋଧ ଯୁଦ୍ଧରେ ସାମିଲ ହୋଇ ନିଜର ପ୍ରାଣ ବଳି ଦେଇଥିଲେ । ପୁରା ରାମାୟଣ କାହାଣୀରେ ଏହି ଚରିତ୍ରକୁ ଏକ ବିଶେଷ ଦୃଷ୍ଟିରେ ଦେଖାଯାଏ ।

ଏହା ସହ ପଢନ୍ତୁ: କାଳୀ ମାତାଙ୍କ ଏପରି ଚତ୍ମକାରୀ ମନ୍ଦିର, ଯେଉଁଠି ଆଜି ବି ଶୁଭୁଛି ମାତାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦ

୫.ରାବଣଙ୍କ ଯୁଦ୍ଧ ଶୈଳୀକୁ ଭାଇ କୁମ୍ଭକର୍ଣ୍ଣ ସେତେଟା ପସନ୍ଦ କରୁନଥିଲେ ମଧ୍ୟ କେବେ ବି ଖୋଲା ଖୋଲି ଭାବେ ବିରୋଧ କରି ନ ଥିଲେ । ଜଣେ ବଡ ଭାଇ ହିସାବରେ ସେ ପ୍ରଭୁ ରାମଚନ୍ଦ୍ରଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ । ଭୀଷଣ ଯୁଦ୍ଧରେ ପ୍ରଭୁ ରାମଚନ୍ଦ୍ରଙ୍କ ଠାରୁ ପରାସ୍ତ ହେବା ପରେ ନିଜେ ପ୍ରଭୁଙ୍କ ପାଦ ତଳେ ସମର୍ପଣ କରିବାରୁ ପରବର୍ତ୍ତୀ ସମୟରେ ସେ ମୋକ୍ଷ ପ୍ରାପ୍ତି ହୋଇଥିଲେ ।

୬. ତ୍ରେତୟା ଯୁଗର କୁମ୍ଭକର୍ଣ୍ଣଙ୍କ ଚରିତ୍ରକୁ ଦ୍ୱାପର ଯୁଗର ଦୁର୍ଯ୍ୟଧନଙ୍କ ସାନ ଭାଇ ବିକ୍ରାଣଙ୍କ ଚରିତ୍ର ସହ ତୁଳନା କରାଯାଏ । କାରଣ ଏହି ଦୁଇ ଜଣଯାକ ମୂଳରୁ ଜାଣିଥିଲେଯେ ସେମାନଙ୍କ ଭାଇ ମାନେ ଭୁଲ ରାସ୍ତାରେ ଅଛନ୍ତି ବୋଲି । ତଥାପି ଏଦୁହେଁ କେବେବି ନିଜ ଭାଇଙ୍କ ସାଥି ଛାଡି ନଥିଲେ । ଏହାକୁ ନିଜର ଧର୍ମ ଭାବି ଜୀବନ ସାରା ଏହି କର୍ତ୍ତବ୍ୟକୁ ପାଳନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.