Below header

ଚୋରି କରୁଥିବା ସମୟରେ ଚୋର ସହିତ ଘଟିଲା ଏପରି ଦୁର୍ଘଟଣା, ଦେଖନ୍ତୁ ଭିଡିଓ

ସାଧାରଣତଃ ଚୋରମାନେ ଚୋରି କରିବାକୁ ଗଲାବେଳେ ଅନେକ ସାବଧାନତା ଅବଲମ୍ବନ କରିଥାନ୍ତି । ନିଜ ଉପରକୁ ଯେପରି କୌଣସି ବିପଦ ନଆସୁ ସେଥିପାଇଁ ସେମାନେ ଅନେକ ଉପକରଣ ପାଖରେ ରଖିଥାନ୍ତି । ତେବେ ଚୋରି କରୁଥିବା ସମୟରେ ଯଦି ଚୋରଙ୍କ ସହ ଘଟେ ଦୁର୍ଘଟଣା ତାହେଲେ କଣ ବା କରିପାରିବ ଚୋର । କାଲିଫର୍ନିଆରେ ଘଟିଛି ଏକ ଏପରି ଘଟଣା ଯାହାର ଭିଡିଓ ଦେଖିବା ପରେ ଆପଣ ନିଜ ହସ ଉପରେ କଣ୍ଟ୍ରୋଲ କରିପାରିବେ ନାହିଁ ।

ସିସିଟିଭିରେ ରେକର୍ଡ ହେଇଥିବା ଏହି ଭିଡିଓରେ ଦୁଇଜଣ ଚୋର ଚୋରି କରିବା ପାଇଁ ଏକ ରେସ୍ତୋରାଁ ଭିତରକୁ ଯାଇଥିବାର ଦୃଶ୍ୟ ନଜରକୁ ଆସୁଛି । ପ୍ରଥମତଃ ମହିଳା ଓ ପୁରୁଷ ଚୋର ଦୁଇ ଜଣ ମିଶି ଟର୍ଚ୍ଚ ମାରି ଘରର ଲାଇଟ ଅନ କରୁଛନ୍ତି । ଆଉ ତାପରେ ମହିଳା ଚୋର ଜଣକ କିଚେନର ସେଲ୍ଫ ଉପରେ ଚଢି ଉପରୁ କିଛି ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ ତଳେ ଏପରି ଭାବେ କଚାଡି ହୋଇ ପଡୁଛନ୍ତି ଯେ ଲାଗୁଛି ଯେପରି ହାତ ଗୋଡ଼ ଭାଙ୍ଗିଯାଇଛି ।

ଏହାସହ ପଢନ୍ତୁ ଖାଦ୍ୟ ଖାଇବା ପରେ ମହିଳାଙ୍କ ଗାଲରେ ହେଉଥିଲା ସଂକ୍ରମଣ, ରିପୋର୍ଟରୁ ଜଣାପଡିଲା ଏପରି ଆଶ୍ଚର୍ଯ୍ୟକର ତଥ୍ୟ

କଚାଡି ହୋଇ ପଡିବା ପରଠାରୁ ମହିଳା ଚୋର ଜଣକ ଠାରେ ଆଉ ଆଗଭଳି ଜୋସ ଦେଖାଯାଉନାହିଁ କିନ୍ତୁ ପୁରୁଷ ଚୋର ଜଣକ ଫୁଲ ଦମରେ ଲାଗିପଡିଛନ୍ତି । ସେ ଅନେକ ଗୁଡିଏ ୱାଇନ ବୋତଲ ସହିତ ଟଙ୍କା ଓ ଅନ୍ୟ ସବୁ ସାମଗ୍ରୀ ଚୋରାଇ ନେଇଯିବାରେ ସକ୍ଷମ ହୋଇଛନ୍ତି । Ventura County Sheriff’s Office ଏହି ଭିଡିଓକୁ ରିଲିଜ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଚୋର ମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.