Below header

ପୁଅ ହେବ ତ ଏମିତି, ମା’ର ସେବା ନ କରିବାରୁ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ତିନି ପୁଅ

ପିଲାପାଇଁ ମା’ ଯେପରି ସବୁକିଛି କରିପାରେ। ଠିକ୍‌ ସେମିତି ମା’ ପାଇଁ ନିଜ ପିଲା ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅଲଜେରିଆରେ ତିନିଜଣ ଭାଇ ନିଜନିଜ ସ୍ତ୍ରୀଙ୍କୁ ଏକାଠି ଛାଡ଼ପତ୍ର ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏହି ଛାଡ଼ପତ୍ର ନିଷ୍ପତ୍ତି କୌଣସି ଆଲୋଚନା ନ ହୋଇ ମାତ୍ର କିଛି ମିନିଟ ମଧ୍ୟରେ ନିଆଯାଇଥିଲା। ତେବେ ବୁଢ଼ୀ ମା’ଙ୍କ ଦେଖାଶୁଣା କରୁ ନଥିବାରୁ ତିନିପୁଅ ନିଜନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା ସୂଚନା ରହିଛି।

ପ୍ରକାଶିତ ଖବର ମୁତାବକ, ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇଥିବା ତିନିଜଣ ମହିଳା ନିଜ ଶାଶୁଙ୍କ କୌଣସି ଯତ୍ନ ନେଉ ନଥିଲେ। ଏମିତି କି ତାଙ୍କ ଖାଇବା ଓ ପିଇବା କଥା ବି ବୁଝୁ ନଥିଲେ। ଦିନେ ତିନି ଭାଇ କାମରୁ ଫେରି ଦେଖିଥିଲେ, ତାଙ୍କ ରୋଗିଣା ମା’ର ଦେଖାଶୁଣା ତାଙ୍କ ପଡୋଶୀ କରୁଥିଲେ।ପଡୋଶୀ ଆସି ତାଙ୍କ ମା’ଙ୍କୁ ପରିସ୍କାର ପରିଚ୍ଛନ୍ନ କରି ଗାଧେଇ ଦେଉଥିଲେ। ଆଉ ଏ କଥା ଯେତେବେଳେ ତିନି ଭାଇ ଜାଣିବାକୁ ପଇଲେ ରାଗରେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ତିନିଭାଇ ରାଗି ଯାଇ ନିଜନିଜ ଭିତରେ ଆଲୋଚନା ନକରି କିଛି ମିନିଟ ଭିତରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାଛଡା ବୃଦ୍ଧାଙ୍କ ଦେଖାଶୁଣା ତାଙ୍କ ଝିଅ କରି ଥାଆନ୍ତି। ସପ୍ତାହକୁ ଦୁଇଥର ଆସି ମା’ଙ୍କ ଯତ୍ନ ନେଇ ଖାଇବା ପିଇବା କଥା ବୁଝି ନିଜ ଶାଶୁଘରକୁ ଚାଲି ଯାଆନ୍ତି। ଯେତେବେଳେ ଝିଅର ସ୍ୱାମୀ କର୍କଟରେ ପୀଡିତ ହୋଇଗଲେ। ସେ ଆଉ ନିଜ ବାପାଘରକୁ ଆସି ପାରିଲେ ନାହିଁ। ଝିଅ ଆସି ନପାରିବାରୁ ଦିନକୁ ଦିନ ବୃଦ୍ଧାଙ୍କ ଅସୁବିଧା ବଢ଼ିବାକୁ ଲାଗିଥିଲା।

ତିନି ପୁଅ ନିଜନିଜ ସ୍ତ୍ରୀଙ୍କୁ କହିଥିଲେ ଯେପର୍ଯ୍ୟନ୍ତ ତାଙ୍କ ଭଉଣୀ ଘରକୁ ଆସି ନାହିଁ ସେପର୍ଯ୍ୟନ୍ତ ସେମାନେ ତାଙ୍କ ମା’ଙ୍କ ଯତ୍ନ ନେବେ। କିନ୍ତୁ ସେମାନେ ଏମିତି କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଫଳରେ ତିନିପୁଅ ରାଗି ଯାଇ ନିଜନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.