ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତ କାଣ୍ତ : କୋଭିଡ ଭ୍ଯାକସିନ ନେବା ପାଇଁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ କଲେ ଆକ୍ରମଣ

ଜଳେଶ୍ୱର (କେନ୍ଯୁଜ): ନିଶାସକ୍ତ ଫାର୍ମାଷିଷ୍ଟଙ୍କ ଉନ୍ମତ କାଣ୍ତ । କୋଭିଡ ଭ୍ଯାକସିନ ନେବା ପାଇଁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହିତ ଭଙ୍ଗା ମଦ ବୋତଲ ଫୋପାଡି ଦେବାରୁ ଜଣେ ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ସ୍ବାସ୍ଥ୍ଯକେନ୍ଦ୍ରର ଫାର୍ମାଷିଷ୍ଟ ଶିବାସିଷ ଟୁଡୁ ଆଜି ସକାଳେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଦାଣ୍ତି ଗ୍ରାମର ପ୍ରଶାନ୍ତ ଘଡାଇ ଉକ୍ତ ସ୍ବାସ୍ଥ୍ଯକେନ୍ଦ୍ରକୁ କୋଭିଡ ଭ୍ଯାକସିନ ନେବା ପାଇଁ ଯାଇଥିଲେ। ନିଶାସ୍କକ୍ତ ଅବସ୍ଥାରେ ଥିବା ଫାର୍ମାଷିଷ୍ଟଙ୍କୁ ଭ୍ଯାକସିନ ନେବା ବିଷୟରେ ପଚାରିବାରୁ ସେ ପ୍ରଶାନ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମଦ ବୋତଲ ରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ହାତ ଏବଂ ଗୋଡ ରେ ଗଭୀର କ୍ଷତ ସୃଷ୍ଟି ହୋଇ ଥିଲା। ଏହି ସମୟରେ ନିଶାସକ୍ତ ଫାର୍ମାଷିଷ୍ଟ ଜଣକ ସ୍ବାସ୍ଥ୍ଯକେନ୍ଦ୍ର କୁ ଆସିଥିବା ଲୋକମାନଙ୍କୁ ମଧ୍ଯ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ।

ଗ୍ରାମବାସୀ ମାନେ ବହୁ କଷ୍ଟରେ କାବୁ କରି ରଶିରେ ବାନ୍ଧି ପକାଇ ଥିଲେ। ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାଷିଷ୍ଟକୁ କାବୁ କରି ଲୁହା ଚେନରେ ବାନ୍ଧି ଥାନାକୁ ନେଇଥିଲେ। ତେବେ କିଛି ମାସ ପୂର୍ବରୁ ମଧ୍ଯ ଉକ୍ତ ଫାର୍ମାଷିଷ୍ଟ ନିଶାସକ୍ତ ଅବସ୍ଥାରେ ଲୋକମାନଙ୍କୁ ଖଣ୍ତା ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ତେବେ ଏଭଳି ନିଶାସକ୍ତ ଫାର୍ମାଷିଷ୍ଟ କୁ ଚାକିରୀ ରୁ ବହିଷ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଆମେ ଏ ସମ୍ପର୍କରେ ବସ୍ତା ମେଡିକାଲ ଇନଚାର୍ଯଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.