Below header

ବାଘୁଣୀ ଶୋଇଲା ଅପରେସନ୍‌ ଟେବୁଲ୍‌ରେ

ଓ୍ଵାଶଂଟନ୍‌ : ବିରାଟ ଆଁ କରି ଅପରେସନ୍‌ ଟେବୁଲ୍‌ରେ ଶୋଇ ରହିଛି ବାଘୁଣୀ ନିକିତା । ଚାଲିଛି ଅପରେସନ୍‌ । ଆମେରିକାର ଓ୍ଵାଶିଂଟନ୍‌ ସ୍ଥିତ ନେସନାଲ ଚିଡ଼ିଆଖାନାର ବାଘୁଣୀ । ଯାହାର ଓଜନ ୩୦୮ ପାଉଣ୍ଡ ବା ପ୍ରାୟ ୧୪୦ କେଜି । ତାକୁ ଘେରି ରହିଛନ୍ତି ଚିଡ଼ିଆଖାନାର ୧୫ ଜଣ କର୍ମଚାରୀ । ନିକିତା ଦାନ୍ତରେ ସମସ୍ୟା ଥିବାରୁ ତାର ରୁଟ୍‌ କାନାଲ୍‌ କରାଯାଉଛି । ସମସ୍ତେ ଜାଣନ୍ତି ଯଦି ନିକିତା ଉଠିପଡ଼େ ତେବେ କଣ ହେବ ଅବସ୍ଥା । ତେଣୁ ସେଥିଲାଗି ପୂରା ପ୍ରସ୍ତୁତ କରି ସାରିଛନ୍ତି ପଶୁ ଦାନ୍ତ ଡାକ୍ତର ଓ କର୍ମଚାରୀମାନେ । ସେମାନେ ତାର ପାଟିକୁ ଖୋଲା ରଖି ହାର୍ଟ ଚେକ୍‌ କରିଛନ୍ତି । ହୃଦୟର ଗତି ସହ ପଲ୍‌ସର ଗତି କେତେ ତାକୁ ମାପିବା ପରେ ରୁଟ୍‌ କାନାଲ କରାଯାଇଥିଲା ।

7ବାଘକୁ ପ୍ରଥମେ ନିଶା ଇଞ୍ଜେକସନ୍‌ ବା ଟ୍ରାଙ୍କୁଲାଇଜ୍‌ କରି ଅଚେତ କରାଯାଇଥିଲା । ତା ପରେ ଠିକ୍‌ ମଣିଷ ଭଳି ପାଟିକୁ ଖୋଲା ରଖି ହୋଇଥିଲା ଅପରେସନ୍‌ । ଦାନ୍ତରେ କଣା କରି ସଫଳତାର ସହ ରୁଟ୍‌ କାନାଲ୍‌ କରାଯାଇଛି । ଭର୍ଜିନିଆର ପଶୁ ଦାନ୍ତ ଡାକ୍ତର ବାରୋନ୍‌ ହଲ୍‌ TIGRESS-3ଅପରେସନ୍‌ କରିଥିଲେ । ଯିଏକି ଜଣେ ଅଭିଜ୍ଞ ଡାକ୍ତର । ୫୦ରୁ ଅଧିକ ବାଘ ଏବଂ ସନ୍ଧାନୀ କୁକୁରଙ୍କର ସେ ଅପରେସନ୍‌ କରିଛନ୍ତି । 
ନିକିତା ହେଉଛି ଆମୁର ପ୍ରଜାତିର ବାଘ । ଏହି ପ୍ରଜାତି ସାଇବେରିଆ ଅଞ୍ଚଳର ଦେଖିବାକୁ ମିଳିଥାନ୍ତି । ୨୦୧୨ରେ ନ୍ୟୁୟର୍କର ବ୍ରଙ୍କ୍ସ ଚିଡ଼ିଆଖାନାରେ ନିକିତାର ଜନ୍ମ । ନଭେମ୍ବର ୨୦୧୮ରେ ସେ ଓ୍ଵାଶିଂଟନ୍‌ ନେସନାଲ ଚିଡ଼ିଆଖାନାକୁ ଆସିଥିଲା । ୬ ବର୍ଷ ବୟସର ନିକିତାକୁ ବାଘ ବଂଶ ବୃଦ୍ଧି କରିବା ଲାଗି ଚିଡ଼ିଆଖାନାରେ ରଖା ଯାଇଛି । ଏହି ଚିଡ଼ିଆଖାନାରେ ପାଭେଲ ନାମକ ଏକ ପୁରୁଷ ବାଘ ରହିଛି । ଯାହା ସହିତ ସଂଗମ ପରେ ନିକିତା ଆମୁର ପ୍ରଜାତିକୁ ବଢ଼ାଇବାରେ ସହାୟକ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.