କେନ୍ଦ୍ର ଉପରେ ବର୍ଷିଲା ବିଜେଡି,କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ତୀବ୍ର ସମାଲୋଚନା

ଭୁବନେଶ୍ବର (କେନ୍ୟୁଜ୍) : ବିଜେପିର ପ୍ରତିଶ୍ରୁତି କେବଳ ପ୍ରତାରଣା। ପ୍ରହେଳିକାର ସମାବେଶ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଆରମ୍ଭ କରିଥିବା ପ୍ରତିଶ୍ରୁତି ପତ୍ର ବଣ୍ଟନକୁ ଟାର୍ଗେଟ କରିଛି ବିଜେଡି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ଦଳ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିବା ପ୍ରମୁଖ ୪ଟି ପ୍ରସଙ୍ଗକୁ ଉଠାଇଛି। ଦଳ ଅଭିଯୋଗ କରିଛି, ୨୦୧୪ ନିର୍ବାଚନୀ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଲ୍ଲେଖ କରିଥିଲା। ୫ବର୍ଷ ବିତିବାକୁ ବସିଥିଲେ ବି ଏଦିଗରେ ବିଜେପି ନିରବ ରହିବା ଦୁର୍ଭାଗ୍ୟଜନକ। ଏବେ ପୁଣି ପ୍ରତିଶ୍ରୁତି ଦେବାକୁ କଡ଼ା ସମାଲୋଚନା କରିଛି ବିଜେଡି। ସେହିପରି ଧାନ ଏମଏସପିକୁ ଦେଢ଼ ଗୁଣା ବୃଦ୍ଧି ପାଇଁ ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲା ବିଜେପି। କିନ୍ତୁ କ୍ୱିଣ୍ଟାଲ ପିଛା କେବଳ ୨ଶହ ଟଙ୍କା ବୃଦ୍ଧି କରିଥିଲେ। ବିଜେଡି ପ୍ରଶ୍ନ କରିଛି, ଚାଷୀ କୂଳ ପ୍ରତି ବିଜେପି ପ୍ରତିଶ୍ରୁତିବଦ୍ଧ ଥିଲା ନା ଆକ୍ରୋଶମୂଳକ ପ୍ରତାରଣା? ସେହିପରି ନିଯୁକ୍ତି ଓ ଜନଧନ ଯୋଜନା ପ୍ରସଙ୍ଗରେ ବି କେନ୍ଦ୍ର ସରକାର ଉପରେ ବର୍ଷିଛି ବିଜେଡି। ୨୦୧୪ରେ ବିଜେପି କହିଥିଲା ସରକାରକୁ ଆସିଲେ ବର୍ଷକୁ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବ। ସେହି ଅନୁପାତରେ ୫ବର୍ଷରେ ଓଡ଼ିଶାରେ ୩୬ ଲକ୍ଷ ଚାକିରି ପ୍ରଦାନ କରିବା କଥା। କିନ୍ତୁ ବାସ୍ତବତା କଣ ବୋଲି ଦଳ ପ୍ରଶ୍ନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.