ଏହି ୫ ବଲିଉଡ୍ ଅଭିନେତ୍ରୀଙ୍କ ହୃଦୟରେ ଘର କରିଛନ୍ତି ବିଦେଶୀ ପ୍ରେମୀ,କିଏ କରୁଛନ୍ତି ପ୍ରେମ ତ ଆଉ କିଏ କରିସାରିଲେଣି ବିବାହ

ବର୍ତ୍ତମାନ ଭଲପାଇବାର ଋତୁ ଭାଲେଣ୍ଟାଇନ ସପ୍ତାହ ଚାଲିଛି। ଏହିପରି ଦିନରେ ଫିଲ୍ମ ଜଗତର ସେଲିବ୍ରେଟୀ ଯୋଡ଼ି ମାନଙ୍କ ବିଷୟରେ କଥା ନହେବା, ଏପରି ହେବା ତ ଅସମ୍ଭବ। ଆଜି ଆମେ ଆପଣଙ୍କୁ ସେହି ସେଲିବ୍ରିଟି ଯୋଡ଼ିଙ୍କ ବିଷୟରେ କହିବୁ ଯିଏ ଦେଶ ଏବଂ ଭାଷା ନଦେଖି କୌଣସି ଭାରତୀୟ ନୁହେଁ ବରଂ ବିଦେଶୀ ପୁ୍ଅଙ୍କୁ ବିବାହ କରିଛନ୍ତି।

pritizintaବଲିଉଡ଼ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ତାଙ୍କର ଭଲପାଇବା ସାତ ସମୁଦ୍ର ପାର ଆମେରିକାରୁ ମିଳିଛି। ସେ ବିଜନେସ୍ ଟାଇକୁନ ଜୀନ ଗୁଣ୍ଡେଫଙ୍କୁ ବିବାହ କରିଛନ୍ତି। ପ୍ରୀତି ଜିଣ୍ଟା ଜୀନଙ୍କ ସହ ବହୁତ ଦିନ ଧରି ଡେଟ୍ କରୁଥିଲେ।

iliana‘ବର୍ଫି’, ‘ଋସ୍ତମ’, ‘ବାଦଶାହୋ’ ଭଳି ଚର୍ଚ୍ଚିତ ଫିଲ୍ମରେ ନଜର ଆସିଥିବା ଇଲିୟାନା ଡିକ୍ରୁଜ୍ ମଧ୍ୟ ଏକ ବିଦେଶୀ ପୁଅଙ୍କ ସହ ଡ଼େଟ୍ କରୁଛନ୍ତି। ତାଙ୍କ ବୟେଫ୍ରେଣ୍ଡଙ୍କ ନା ଆଣ୍ଡ୍ରିୟୋ ନିବୋନ। ସେ ଅଷ୍ଟ୍ରେଲିଆର ଅଟନ୍ତି ଏବଂ ସେ ଜଣେ ଫଟୋଗ୍ରାଫର। ମଝିରେ ଖବର ଶୁଣିବାକୁ ମିଳିଥିଲା ଇଲିୟାନା ଇଲିୟାନା ଗୋପନରେ ନିବୋନଙ୍କ ସହ ବିବାହ କରିଛନ୍ତି କିନ୍ତୁ ପ୍ରକୃତରେ ଏଭଳି କିଛି ହୋଇନାହିଁ।

shriyaଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ୍’ ରେ ନଜର ଆସିଥିବା ଶ୍ରିୟା ସରନ ଜଲଦି ତାଙ୍କର ବୟଫ୍ରେଣ୍ଡ ଋଷିଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କର ବିବାହ ରାଜସ୍ଥାନର ଏକ ପ୍ୟାଲେସରେ କରିବେ। ଶ୍ରିୟା ସରନ ସାଉଥ ସିନେମାର ଜଣେ ନାମିଦାମି ଅଭିନେତ୍ରୀ। ‘ଦୃଶ୍ୟମ’ ରେ ସେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ।

selina‘ଅପନା ସପନା ମନୀ ମନୀ’, ‘ଖେଲ’, ‘ନୋ ଏଣ୍ଟ୍ରି’ ଭଳି ଫିଲ୍ମରେ କାମ କରିଥିବା ସେଲିନା ଜେଟଲି ମଧ୍ୟ ବିଦେଶୀ ବର ବାଛିଛନ୍ତି। ସେ ଦୁବାଇର ହୋଟେଲ ବ୍ୟବସାୟୀ ପିଟର ହାଁଗଙ୍କ ସହ ବିବାହ କରିଛନ୍ତି। ସେଲିନା ଜେଟିଲିଙ୍କର ଦୁଇଟି ଯାଆଁଳା ସନ୍ତାନ ଅଛନ୍ତି।

ashikaଟିଭି ଆକ୍ଟ୍ରେସ୍ ଆସକା ଗୋରାଡ଼ିଆ ମଧ୍ୟ ଗତ ବର୍ଷ ବିଦେଶୀ ପ୍ରେମୀ ବ୍ରେଂଟ ଗୋବଲେଙ୍କ ସହିତ ବିବାହ କରିଛନ୍ତି। ଏହି ଦୁଇଜଣ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତି-ନୀତିରେ ବିବାହ କରିଛନ୍ତି। ବ୍ରେଂଟ ଜଣେ ବ୍ୟବସାୟୀ ଏବଂ ଅସ୍ତ୍ରଶସ୍ତ୍ରର ଇଷ୍ଟ୍ରକ୍ଟର ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.