Below header

ମଧ୍ୟପ୍ରଦେଶ: ଭାରସାମ୍ଯ ହରାଇ କେନାଲରେ ପଡିଗଲା ବସ୍, ଉଦ୍ଧାର ହେଲାଣି ୩୮ ମୃତ ଦେହ

ମଧ୍ୟପ୍ରଦେଶ(କେ ନ୍ୟୁଜ):  ମଧ୍ୟପ୍ରଦେଶ ସିଦ୍ଧି ଅଂଚଳରେ ଆଜି ସକାଳ ସମୟରେ ଏକ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏଯାବତ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି । ସିଦ୍ଧିରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ସତନା ଯାଉଥିବା ଏକ ବସ ଆଜି ସକାଳେ ଏକ କେନାଲରେ ପଡି ଯାଇଥିଲା । ବସଟି ଯାଉଥିବା ସମୟରେ ସାମ୍ନାରେ ଏକ ବୋଲେରୋ ଗାଡି ଆସିବାରୁ ବସ ଡ୍ରାଇଭର ଭାରସ୍ୟାମ ହରାଇବାରୁ ବସଟି କେନାଲରେ ପଡି ଯାଇଥିଲା ।

bus accident
pic credit: Aj tak

ଘଟଣା ବାବଦରେ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଘଟଣାର ଅନୁଧ୍ୟାନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ଦୁଇ ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସ୍ଥାନୀୟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.