ପ୍ରିୟ ୟୁଟୁବରଙ୍କୁ ଭେଟିବାକୁ ୩୦୦ କ.ମି ସାଇକଲରେ ପଳାଇଲେ ୧୩ ବର୍ଷର ବାଳକ, ୪ ଦିନ ନିଖୋଜ ପରେ ଦିଲ୍ଲୀରୁ ଧରାପଡିଲେ

ନୂଆଦିଲ୍ଲୀ : ପଞ୍ଜାବର ଜଣେ ୧୩ ବର୍ଷିୟ ବାଳକ ୪ ଅକ୍ଟୋବରରୁ ଥିଲେ ନିଖୋଜ । ଘର ଲୋକେ ଥାନାରେ ମଧ୍ୟ ପିଲା ହଜିବାର ରିପୋର୍ଟ ଦେଇଥିଲେ । ହେଲେ ୪ ଦିନ ପରେ ଦିଲ୍ଳୀରୁ ଧରା ପଡିଲେ ଉକ୍ତ ବାଳକ । ପରେ ଜଣାପଡିଲା ଯେ ନିଜର ପ୍ରିୟ ୟୁଟୁବରକୁ ଭେଟିବା ପାଇଁ ଦୀର୍ଘ ୩୦୦କିଲୋମିଟର ସାଇକେଲ ଚଳାଇ ଚାଲି ଯାଇଥିଲେ ଦିଲ୍ଳୀ । ପୁଲିସ କହିବା ଅନୁଯାୟୀ ହଜିବାର ୩ ଦିନ ପରେ ବାଳକ ପିତମପୁରାର ଏକ ପାର୍କରୁ ମିଳିଥିଲେ । ଯେଉଁଠି ୟୁଟୁବର ନିଶ୍ଚୟ ମଲ୍ହାନଙ୍କ ଘର ଥିବା ଜଣାଯାଇଛି ।

ପୁଲିସ କହିବା ଅନୁଯାୟୀ ଏହି ନିଖୋଜ ମାମଲା ପଟିଆଲାରେ ଦାୟର ହୋଇଥିଲା । ଏଠାରେ ମୌର୍ଯ୍ୟ ଏନକ୍ଲେଭ ଥାନା ଅଧିକାରୀଙ୍କୁ ପିଲା ବିଷୟରେ ସୂଚାନ ମିଳିଥିଲା । ଉକ୍ତ ବାଳକଟି ୟୁଟୁବର ଘର ନିକଟରେ ପହଞ୍ଚି ଯାଇଥିଲା । ହେଲେ ସେତେବେଳେ ୟୁଟୁବର ଜଣକ ଦୁବାଇ ଚାଲିଯାଇଥିବାରୁ ପିଲାଟି ଫେରି ଆସିଥିଲେ । ହେଲେ ପିଲାଟି କେଉଁଠି ରାତି କାଟିଥିଲେ ସେ ସମ୍ପର୍କରେ ଜଣାପଡି ନାହିଁ । ପଟିଆଲା ପୋଲିସ ପିଲାଟି ବିଷୟରେ ସମସ୍ତ ଖବର ଦିଲ୍ଲୀ ପୋଲିସକୁ ସତର୍କ କରାଇବା ସହ ସୋସିଆଲ ମିଡିଆରେ ପ୍ରସାର କରିଦେଇଥିଲା ।

ଦିଲ୍ଲୀ ପୋଲିସ ମଧ୍ୟ ଦିଲ୍ଲୀର ସବୁ ରେସିଡେଣ୍ଟ େଓ୍ଵଲଫେୟାର ଆସୋସିଏସନ ହ୍ଵାଟ୍ସଆପ ଗ୍ରୁପରେ ପଠାଇ ଦେଇଥିଲା । ଶେଷରେ ପୋଲିସକୁ ଏକ ସିସିଟିଭି ଫୁଟେଜ ମିଳିଲା,ଯେଉଁଠି ପିଲାଟିକୁ ମଲ୍ହାନଙ୍କ ଘର ନିକଟରେ ସାଇକେଲ ସହ ଥିବାର ଦେଖା ଯାଇଥିଲା । ପୁଲିସର ଏକ ଟିମ ସେହି ରାସ୍ତା ଅନୁସରଣ କରି ପିତମପୁରା ଜିଲ୍ଲା ପାର୍କ ନିକଟରେ ପାଇଥିଲେ । ପରିବାରକୁ ଏହି ସୂଚାନ ଦେବା ପରେ ଶନିବାର ସନ୍ଧ୍ୟାରେ ପିଲାଟିର ପରିବାର ପହଞ୍ଚି ପିଲାକୁ ସାଙ୍ଗରେ ନେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.