Below header

ଆଜି ଦିଲ୍ଲୀରେ ବସିବ ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଦିଲ୍ଲୀ(କେନ୍ୟୁଜ୍): ଆଜି ଦିଲ୍ଲୀରେ ବସିବ ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ। ନିର୍ବାଚନରେ ଲଗାତାର ଦୁଇ ଦୁଇଥର ଖରାପ ପ୍ରଦର୍ଶନ ପରେ ଦଳକୁ ତୃଣମୂଳ ସ୍ତରରୁ ସଶକ୍ତ କରିବାକୁ ଦଳ ଉଦ୍ୟମ କରୁଛି। ସୂଚନା ମୁତାବକ ଆରଏସଏସର ପ୍ରଚାରକ ଢାଞ୍ଚାରେ ପ୍ରେରକ ନିଯୁକ୍ତ କରିବ କଂଗ୍ରେସ। ତୃଣମୂଳସ୍ତରରୁ ଦଳକୁ ସଶକ୍ତ କରିବାକୁ ପ୍ରତି ଜିଲ୍ଲାରେ କାମ କରିବେ ପ୍ରେରକ। ଦଳର ନୀତି ଆଦର୍ଶ ସହ ଲୋକଙ୍କ ନିକଟକୁ ଯିବେ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। ଆଜିର ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ପ୍ରେରକଙ୍କ ମଧ୍ୟରେ ସାମିଲ ହେବେ ରିସର୍ଚ୍ଚ ଆନାଲିଷ୍ଟ ଏକ୍ସପର୍ଟ। ସେପ୍ଟେମ୍ବର ଶେଷସୁଦ୍ଧା ସବୁ ରାଜ୍ୟରୁ ପ୍ରେରକଙ୍କ ତାଲିକା ହାଇକମାଣ୍ଡଙ୍କ ପାଖକୁ ପଠାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ମାସିକ ସାଂଗଠନିକ ବୈଠକ ବସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.