ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ ପ୍ଲାଷ୍ଟିକ ନିଷିଦ୍ଧ ଆଇନ, ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ ପ୍ଲାଷ୍ଟିକ ନିଷିଦ୍ଧ ଆଇନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ଲାଷ୍ଟିକ ରାସ୍ତା ନିର୍ମାଣ ଉପଯୋଗୀ କରିବା ପାଇଁ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାଜ୍ୟରେ ପ୍ଳାଷ୍ଟିକ ନିଷିଦ୍ଧ ଆଇନକୁ କଡାକଡି କରି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି । ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ବ୍ୟବହାର ବଢାଇବା ପାଇଁ ଏହାର ବୈଷୟିକ , ଆର୍ଥିକ ଓ କାଯ୍ୟର୍ନ୍ଵୟନ ସମ୍ବନ୍ଧିତ ସବିଶେଷ କାଯ୍ୟର୍ପନ୍ଥା ଏବଂ ଗାଇଡଲାଇନ ପ୍ରସ୍ତୁତ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.