କାହିଁକି ପାଳନ ହୁଏ ପିତୃପକ୍ଷ, ଏହି ସମୟରେ ଶ୍ରାଦ୍ଧ ଦେଲେ କଣ ହୁଏ ଜାଣନ୍ତୁ

ହିନ୍ଦୁ ଧର୍ମରେ ପିତୃପକ୍ଷର ମହତ୍ୱ ଅନେକ । ଚଳିତ ବର୍ଷ ଆସନ୍ତା ୧୩ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଏହି ପିତୃପକ୍ଷ । ଏହି ସମୟରେ ପରିବାରର ପରଲୋକଗତ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ସେମାନଙ୍କ ଆତ୍ମର ସଦଗତି ଓ ଶାନ୍ତି ପାଇଁ ପୂଜାପାଠ କରାଯାଏ । ଆସନ୍ତା ସେପଟେମ୍ବର ୧୩, ସେପଟେମ୍ବର ୧୯, ୨୫, ୨୬ ଓ ୨୮ ତାରିଖରେ ମୁଖ୍ୟତଃ ଶ୍ରାଦ୍ଧ କରାଗଲେ ଭଲ ଫଳ ମିଳିବ ।

ଶ୍ରାଦ୍ଧର ମହତ୍ୱ

ତେବେ ପ୍ରତି ବର୍ଷ ବାର୍ଷିକ ଶ୍ରାଦ୍ଧ ଦିଆଯାଉଥିବା ବେଳେ କାହିଁକି ପିତୃ ପୁରୁଷଙ୍କୁ ଏହି ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଇଥାଏ । ଆସନ୍ତୁ ଜାଣିବା । କୁହାଯାଏ ଶ୍ରଦ୍ଧାରେ ଦିଆଯାଏ ବୋଲି ଏହାର ନାମ ହେଉଛି ଶ୍ରାଦ୍ଧ । ତେବେ ବ୍ରହ୍ମା ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ପରଲୋକଗତ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା, ସେମାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଶ୍ରାଦ୍ଧ ଦିଆଯାଇଥାଏ ।  ସେମାନଙ୍କ ଆତ୍ମାର ଶାନ୍ତି ନିମନ୍ତେ ଶ୍ରାଦ୍ଧ କର୍ମ କରାଯାଏ । ବିଶ୍ୱାସ ରହିଛି ପିତୃପକ୍ଷ ସମୟରେ ମୃତ୍ୟୁର ଦେବତା ଯମରାଜ ମୃତ ଲୋକଙ୍କ ଆତ୍ମାକୁ ମୁକ୍ତି ଦେଇଥାନ୍ତି । ଯାହାଫଳରେ ସେମାନେ ପୃଥିବୀକୁ ଆସି ନିଜ ପରିଜନମାନଙ୍କ ଠାରୁ ତର୍ପଣ ଗ୍ରହଣ କରିବେ ।

PINDA DANA-5ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରୁ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ କୁହାଯାଏ । ଏହି ସମୟରେ ଅନେକ ଲୋକ ନିଜ ପିତୃପୁରୁଷଙ୍କର ଅସ୍ଥି ବିସର୍ଜନ କରିବା ଲାଗି ଆହ୍ଲାବାଦର ପ୍ରୟାଗକୁ ଯାଇଥାନ୍ତି । ଏହା ପରେ ବିହାର ସ୍ଥିତ ପବିତ୍ର କ୍ଷେତ୍ର ଗୟା ଏବଂ ସେଠାରୁ ଯାଜପୁର ଜିଲ୍ଲା ବିରଜା କ୍ଷେତ୍ରରେ ଥିବା ନାଭିଗୟାରେ ପିଣ୍ଡଦାନ କରି ଶ୍ରୀକ୍ଷେତ୍ର ପୁରୀକୁ ଯାଇଥାନ୍ତି । ବିଶେଷ କରି ମହାଳୟା ଦିନ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ସେମାନେ ତୃପ୍ତ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ସେଥିଲାଗି ଏହି ସମୟରେ ସେମାନେ ଅସନ୍ତୁଷ୍ଟ ହେଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ । ସେମାନେ ନିରାଶ କିମ୍ବା ଅସନ୍ତୁଷ୍ଟ ହେଲେ ପରିବାରର ଅମଙ୍ଗଳ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.