Below header

ଆଜି ଭାରତୀୟ ବାୟୁସେନାର ୮୮ ତମ ପ୍ରତିଷ୍ଠା ଦିବସ, ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଭାରତୀୟ ବାସୁସେନା କରିବ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ଆଜି ବାସୁସେନା ଦିବସ । ଭାରତୀୟ ବାୟୁସେନାର ୮୮ ତମ ପ୍ରତିଷ୍ଠା ଦିବସ । ୧୯୩୨ ମସିହା ଅକ୍ଟୋବର ୮ରେ ଭାରତୀୟ ବାସୁସେନା ପ୍ରତିଷ୍ଠା ହୋଇଥିଲା । ଏହାକୁ ମନେ ରଖିବାକୁ ପ୍ରତିବର୍ଷ ବାୟୁସେନା ଦିବସ ପାଳନ କରାଯାଉଛି ।

ବାୟୁସେନା ଦିବସ ଉପଲକ୍ଷେ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଭାରତୀୟ ବାସୁସେନା କରିବ ଶକ୍ତି ପ୍ରଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ହିଣ୍ଡନ ଏୟାରବେସ୍‌ରେ ଅନୁଷ୍ଠିତ ହେବ ଆଖି ଝଲସା ଏୟାର ସୋ । ସାମିଲ ହେବେ ୫୬ ଏୟାରକ୍ରାଫ୍ଟ । ପ୍ରଥମଥର ପାଇଁ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଜାନୁବାର, ତେଜସ୍‌, ସୁଖୋଇ ଓ ମିରାଜ ବି ଦେଖାଇବେ ପରାକ୍ରମ । ଆକାଶଗଙ୍ଗା ପାରାଚୁଟ୍‌ ଟିମ୍‌ ଆକାଶରେ ଦେଖାଇବ କୌଶଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.