ବଙ୍ଗୋପସାଗରରେ ଲଘୁଚାପ ନେବ ଅବପାତର ରୂପ, ପ୍ରଭାବରେ ୧୧ ତାରିଖରୁ ଓଡ଼ିଶା ଉପକୂଳରେ ଆରମ୍ଭ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହା ଅଧିକ ଘନୀଭୂତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ନେବ ଅବପାତର ରୂପ । ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଡିପ୍ରେସନର ରୂପ ନେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ।

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ ଅବପାତ । ପ୍ରଭାବରେ ୧୧ ତାରିଖରୁ ଓଡ଼ିଶା ଉପକୂଳରେ ଆରମ୍ଭ ହେବ ବର୍ଷା । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ । ୧୧ ଓ ୧୨ ତାରିଖ ପାଇଁ ୧୧ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଚାରିଟି ଜିଲ୍ଲା ମାଲକାନଗିରି, କୋରାପୁଟ, ଗଜପତି , ରାୟଗଡ଼ା ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ୪୫ରୁ ୫୫ କିଲୋମିଟର ବେଗର ପବନ ବହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.