Whatsapp ମାଧ୍ୟମରେ ବି ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ, ଜାଣନ୍ତୁ ବଞ୍ଚିବାର ସହଜ ଟିପ୍‌ସ ଓ ଟ୍ରିକ୍ସ

ଫଟାଫଟ୍‌ ମେସେଜ୍‌ କରିବା ହେଉ କିମ୍ବା କୌଣସି ଭିଡିଓ ସେୟାର କରିବା ପାଇଁ, ହ୍ଵାଟ୍ସ ଆପ୍‌ଠାରୁ ଭଲ ଆପ୍‌ ଆଉ କିଛି ନାହିଁ। କିନ୍ତୁ ବେଳେବେଳେ ହ୍ଵାଟ୍ସ ଆପ୍‌ ଯୋଗୁ ଅନ୍‌ଲାଇନ୍‌ ଫ୍ରଡ୍‌ ବି ହେଉଥିବା ଅଭିଯୋଗ ଆସୁଛି। ଏହା ଦ୍ୱାରା କେହି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବା ଇ-ଓ୍ଵାଲେଟ୍‌ ଆକାଉଣ୍ଟ ବି ହ୍ୟାକ୍‌ କରିପାରେ। ତେବେ ହ୍ଵାଟ୍ସଆପ୍‌ରେ କେତେକ ବିଷୟ ପ୍ରତି ଧ୍ୟାନ ଦେଇ ଆପଣ ନିଜ ଆକାଉଣ୍ଟକୁ ସୁରକ୍ଷିତ କରିପାରିବେ। ଆସନ୍ତୁ ଜାଣିବା ଅନ୍‌ଲାଇନ୍‌ ଠକେଇରୁ ବଞ୍ଚିବାର କେତେକ ସହଜ ଟିପ୍‌ସ ଓ ଟ୍ରିକ୍ସ…

whatsapp

  • ଯଦି କୌଣସି ଅଜଣା ନମ୍ବରରୁ ମେସେଜ୍‌ ଆସୁଛି ତେବେ ତାହାକୁ ଜମାରୁ ରିପ୍ଲାଏ କରନ୍ତୁ ନାହିଁ। ଯଦି କେହି ଅଜଣା ବ୍ୟକ୍ତି କୌଣସି ଲିଙ୍କ୍‌ ପଠାଇଛି ତାହାକୁ ଓପନ୍‌ କରନ୍ତୁ ନାହିଁ।
  • କେବେ ବି କାହା ସହ ବ୍ୟାଙ୍କ ତଥ୍ୟ ଯଥା: ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ନମ୍ବର ଓ ପାସ୍‌ଓ୍ଵାର୍ଡ ସେୟାର କରନ୍ତୁ ନାହିଁ।
  • କୌଣସି ନୂଆ ନମ୍ବରରୁ ମିଡିଆ ଫାଇଲ୍‌ ଆସୁଥିଲେ ତାହାକୁ ଆଦୌ ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ। ଉକ୍ତ ଫାଇଲରେ ଭାଇରସ୍‌ ଥାଇପାରେ, ଯାହା ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିପାରେ।
  • ମୋବାଇଲରେ ଅଟୋ ଡାଉନ୍‌ଲୋଡ୍‌କୁ ଡିସବଲ କରନ୍ତୁ। ହ୍ଵାଟ୍ସଆପ୍‌ର ସେଟିଂକୁ ଯାଇ ଏହି ପରିବର୍ତ୍ତନ କରିପାରିବେ।
  • କୌଣସି ଟ୍ରାନ୍‌ଜାକ୍‌ସନ୍‌ ପାଇଁ ଆସୁଥିବା ଓଟିପିକୁ କାହା ସହ ସେୟାର କରନ୍ତୁ ନାହିଁ।
  • ମୋବାଇଲ ହଜିଗଲେ ପ୍ରଥମେ ହ୍ଵାଟ୍ସଆପ୍‌ ଡିସ୍‌ବଲ କରନ୍ତୁ। ଏଥିପାଇଁ [email protected] କୁ ଇମେଲ କରିପାରିବେ କିମ୍ବା ଅନ୍ୟ ଏକ ମୋବାଇଲରେ ଲଗ୍‌ଇନ୍‌ କରି ହ୍ଵାଟ୍ସଆପ୍‌ ଡିଲିଟ୍‌ କିମ୍ବା ଡିଆକ୍ଟିଭେଟ୍‌ କରିପାରିବେ।
  • ଫୋନ୍‌ ବଦଳାଉଥିଲେ ପ୍ରଥମେ ସେଟିଂକୁ ଯାଇ ସମସ୍ତ ଡାଟା ଡିଲିଟ୍‌ କରିଦିଅନ୍ତୁ। ନଚେତ୍‌ ତାହାକୁ ଫ୍ୟାକ୍ଟ୍ରି ଭର୍ସନରେ ରିସେଟ୍‌ କରି ଦିଅନ୍ତୁ। ଫଳରେ ଡାଟା ସୁରକ୍ଷିତ ରହିବ।
  • ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଅଜଣା କିମ୍ବା ପବ୍ଲିକ୍‌ ପ୍ଲେସ୍‌ରେ ମାଗଣା ଓ୍ଵାଇ-ଫାଇ ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ହ୍ୟାକ୍‌ ହେବାର ଅଧିକ ଆଶଙ୍କା ରହିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.