Below header

ଏନ୍‌ସିବିର ଜେରା ପରେ ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ କରିବେ ଦୀପିକା ପାଦୁକୋନ୍‌, ଗୋଆ ଯିବାକୁ ଆରମ୍ଭ କଲେ ପ୍ରସ୍ତୁତି

ଡ୍ରଗ୍ସ କେସ୍‌ରେ ଫସିଥିବା ଦୀପିକା ପାଦୁକୋନ୍‌ ପୁଣିଥରେ ଫିଲ୍ମ ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ରିପୋର୍ଟ ମୁତାବକ ଗତ କିଛି ଦିନ ହେବ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଦୀପିକା ମୁମ୍ବାଇରେ ରହୁଥିଲେ। କିନ୍ତୁ ଏବେ ସେ ଗୋଆ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ଯେଉଁ ପ୍ରୋଜେକ୍ଟକୁ ଅଧା ଛାଡ଼ି ଦୀପିକା ଏନ୍‌ସିବି ଜେରାରେ ସାମିଲ ହୋଇଥିଲେ ଏବେ ଉକ୍ତ ପ୍ରୋଜେକ୍ଟ ପୂରା କରିବା ପାଇଁ ସେ ଗୋଆ ଯିବେ।

ଏନ୍‌ସିବି ଦୀପିକାଙ୍କ ମ୍ୟାନେଜର କରିସ୍ମା ଶାହଙ୍କୁ ବି ପଚରାଉଚରା କରିଥିଲା। ଏ ଅବସରରେ ଏନ୍‌ସିବି ଦୀପିକାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା। ସେବେଠାରୁ ଦୀପିକା ମୁମ୍ବାଇରେ ରହୁଛନ୍ତି। କିନ୍ତୁ ଏବେ ଜେରା ପାଇଁ କିଛି ସୂଚନା ମିଳିନଥିବାରୁ ଦୀପିକା ତାଙ୍କ ଅଧା କାମକୁ ପୂରା କରିବାକୁ ଯୋଜନା କରୁଛନ୍ତି। ପ୍ରକାଶ ଯେ ଦୀପିକା ଏବେ ଶକୁନ ବତ୍ରାଙ୍କ ଫିଲ୍ମର ସୁଟିଂ ପାଇଁ ଗୋଆ ଯିବେ। ଖୁବ୍‌ଶୀଘ୍ର ସେ ଟିମ୍‌ରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି।

deepika

ସୂଚନାଯୋଗ୍ୟ ଯେ ଏହି ମାମଲାରେ ଗିରଫ ହୋଇଥିବା ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ଜାମିନ୍‌ ମିଳିଛି। ରିୟାଙ୍କୁ ଡ୍ରଗ୍ସ କାରବାର ମାମଲାରେ ଗିରଫ କରାଯାଇଥିଲା। ତେବେ ରିୟାଙ୍କୁ ଜାମିନ୍‌ ମିଳିଥିଲେ ମଧ୍ୟ ତାଙ୍କ ଭାଇ ସୌଭିକ ଏବେ ବି ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.