Below header

ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ । ବୈଠକକୁ ୭ଟି ଜାତୀୟ ରାଜନୈତିକ ଦଳ ଓ ୫୧ଟି ଆଞ୍ଚଳିକ ଦଳଙ୍କୁ ଡକାଯାଇଛି । ଏଥିରେ ବିଜେଡିରୁ ସାଂସଦ ପିନାକୀ ମିଶ୍ର ପ୍ରତିନିଧିତ୍ୱ କରିବେ । ନିର୍ବାଚନୀ ସଂସ୍କାର ଉପରେ ରାଜନୈତିକ ଦଳଙ୍କ ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକର ପ୍ରମୁଖ ଏଜେଣ୍ଡାରେ ରହିଛି, ଭୋଟର ତାଲିକା ପ୍ରସ୍ତୁତିରେ ପାରଦର୍ଶିତା, ଦଳ ଭିତରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ସହ ନିର୍ବାଚନରେ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବା । ନିର୍ବାଚନ ପ୍ରଚାର ବନ୍ଦ ହେବା ପରେ ପ୍ରିଣ୍ଟ ଓ ସୋସିଆଲ ମିଡିଆର ଭୂମିକା ଉପରେ ବି ଆଲୋଚନା ହେବ ।

ସେହିପରି ନିର୍ବାଚନ ବେଳେ ବାହାରେ ରହୁଥିବା ଭୋଟର ଓ ଅନୁପସ୍ଥିତ ଭୋଟରଙ୍କ ବିକଳ୍ପ ଉପରେ ବି ଚର୍ଚ୍ଚା ହେବ । ଏହାସହ ମତଦାନରେ ଭାଗ ନେବା ପାଇଁ ବିଶେଷକରି ଭିନ୍ନକ୍ଷମ ଭୋଟରଙ୍କୁ ଉତ୍ସାହିତ କରିବା ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ବୈଠକ ପୂର୍ବରୁ ଗତକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କଥାରେ ଏକାଠି ନିର୍ବାଚନ କଥା ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.