ଆଜି ଅଗଷ୍ଟ କ୍ରାନ୍ତି ଦିବସ: ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ: ଆଜି ଅଗଷ୍ଟ କ୍ରାନ୍ତି ଦିବସ । ୧୯୪୨ ମସିହା ଅଗଷ୍ଟ ୯ ତାରିଖ, ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ । ସ୍ୱାଧୀନତା ପରଠୁ ଏହି ଦିନକୁ ସାରା ଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି ।

ଭାରତକୁ ସ୍ୱାଧୀନତା ପ୍ରଦାନ ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ।

ଖାସକରି ଏହି ଦିନକୁ ମନେ ରଖିବା ଏବଂ ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି ଦେଇଥିବା କ୍ରନ୍ତିକାରୀଙ୍କୁ ସ୍ମରଣ ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଇ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.