Below header

ଆଜି ଜିଏସଟି ପରିଷଦ ବୈଠକ : କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ଦାବିକୁ ଦୋହରାଇବ ଓଡ଼ିଶା

ଆଜି ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଦିନ ୧୧ଟାରେ ବୈଠକ ବସିବ । ଏଥିରେ ଶସ୍ତା ହୋଇପାରେ କ୍ୟାନସର ମେଡିସିନ । ସିନେମା ହଲରେ ଖାଇବା ବର୍ତ୍ତମାନ ଯେତିକି ଦର ଅଛି ତାହା ମଧ୍ୟ କମିପାରେ ।

ନୂଆଦିଲ୍ଲୀ : ଆଜି ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜ୍ଞାନ ଭବନରେ ଦିନ ୧୧ଟାରେ ବୈଠକ ବସିବ ।ଯେଉଁଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏଥିରେ ଅନଲାଇନ ଗେମିଂ ଉପରେ ଟ୍ୟାକ୍ସ, ରେଜିଷ୍ଟ୍ରେସନ ଓ ଇନପୁଟ ଟ୍ୟାକ୍ସ କ୍ରେଡିଟ ଆଦି ନିୟମକୁ କଡ଼ାକଡ଼ି କରିବା ନେଇ ଆଲୋଚନା ହୋଇପାରେ ।

ଶସ୍ତା ହୋଇପାରେ କ୍ୟାନସର ମେଡିସିନ । ସିନେମା ହଲରେ ଖାଇବା ବର୍ତ୍ତମାନ ଯେତିକି ଦର ଅଛି ତାହା ମଧ୍ୟ କମିପାରେ । ଏବେ ମଲ୍ଟିପ୍ଲ୍ଲେକ୍ସରେ ଖାଇବାରେ ୧୮ ପ୍ରତିଶତ ଟିକସ ଲାଗୁଛି । ଜିଏସ୍‌ଟି ପରିଷଦ ବୈଠକରେ ସାମିଲ ହେବେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ । ଓଡିଶାରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେବେ । କେନ୍ଦ୍ର ପାଖରେ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଦୋହରାଇବ ଓଡ଼ିଶା । ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରି ଆସୁଛନ୍ତି ରାଜ୍ୟ ସକରାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.