ପାର୍କରେ ବୁଲିବାକୁ ଯାଇ ବୁଡ଼ି ଗଲେ, ପୋଖରୀରୁ ୨ ଭାଇଙ୍କ ମୃତଦେହ ଉଦ୍ଧାର

ପୋଖରୀରେ ଭାସୁଛି ମୃତଦେହ। ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ପୋଖରୀରେ ଭାସୁଛି ଦୁଇଟି ମୃତଦେହ। ଉଭୟଙ୍କ ବୟସ ପ୍ରାୟ ୫୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି।

ବ୍ରହ୍ମପୁର (କେନ୍ୟୁଜ): ପୋଖରୀରେ ମୃତଦେହ । ଭାସୁଛି ଦୁଇ ଭାଇଙ୍କ ମୃତଦେହ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ପୋଖରୀରୁ ମିଳିଛି ମୃତଦେହ । ମୃତକମାନେ ହେଲେ କେ. ରଙ୍ଗା ଆଚାରି ଓ କେ. ଜନାର୍ଦ୍ଦନ ଆଚାରି । ପୋଖରୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଜଣାଇଥିଲେ ପାର୍କ କର୍ମଚାରୀ ।

ଗତକାଲି ଅପରାହ୍‌ଣରେ ଦୁହେଁ ପାର୍କ ବୁଲି ଯାଇଥିଲେ । ପୋଖରୀ ପଡ଼ି ବୁଡ଼ିଯାଇଥିବା ଅନୁମାନ କରାଯାଉଛି । ତେବେ କେମିତି ଓ ପରିସ୍ଥିତିରେ ପୋଖରୀରେ ବୁଡିଗଲେ ? ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି ନା ଆଉ କିଛି କାରଣ ରହିଛି । ଅଧିକ ଖୋଳତାଡ କରୁଛି ଟାଉନ ଥାନା ପୋଲିସ । ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବ କେମିତି ହେଲା ଦୁଇ ଭାଇଙ୍କର ମୃତ୍ୟୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.