ଅସହାୟ ଝିଅକୁ ସାହା ହେଲେ କିନ୍ନର, କରାଇଲେ ହାତକୁ ଦି ହାତ

ଅସହାୟ ଗରିବ ଝିଅର ବିବାଘର କରାଇଲେ କିନ୍ନର। ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନିତି ଅନୁସାରେ ସମସ୍ତ ଖର୍ଚ୍ଚଓ ଦାୟିତ୍ବ ବହନ କରି ଜଣେ ଯୁବତୀଙ୍କୁ କିନ୍ନର ସଂଘ ବିବାହ କାର୍ଯ୍ୟ କରାଇଛନ୍ତି । ଯାହାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

ଯାଜପୁର (କେନ୍ୟୁଜ): ଅସହାୟ ଗରିବ ଝିଅର ବିବାଘର କରାଇଲେ କିନ୍ନର। ଯାଜପୁର ଜଗନ୍ନାଥ ମନ୍ଦିରରେ ରୀତି ନିତି ଅନୁସାରେ ସମସ୍ତ ଖର୍ଚ୍ଚଓ ଦାୟିତ୍ବ ବହନ କରି ଜଣେ ଯୁବତୀଙ୍କୁ କିନ୍ନର ସଂଘ ବିବାହ କାର୍ଯ୍ୟ କରାଇଛନ୍ତି । ଯାହାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି। ଏହି ବିବାହ କାର୍ଯ୍ୟରେ ବହୁ କିନ୍ନର ଏବଂ ସମାଜ ସେବୀ ପହଞ୍ଚି ବର କନ୍ୟାକୁ ଆର୍ଶିବାଦ କରିଥିଲେ । କେବଳ ଖାଲି ବିବାହ କରାଇଲେ ତା ନୁହେଁ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା । କିନ୍ନର ସଂଘର ଏଭଳି କାର୍ଯ୍ୟକୁ ନେଇ ବେଶ ଖୁସି ଯାଜପୁର ବାସୀ ।

ଯାଜପୁର ପୈାର ପାଳିକା ଅଂଚଳରେ ରହୁଥିବା ଯୁବତୀ ରଶ୍ମି ବହୁ ଗରିବ ପରିବାରର। ବାପା ଆର ପାରିକୁ ଚାଲିଯାଇଛନ୍ତି। ସେଥିପାଇଁ ରଶ୍ମିଙ୍କ ମା ଝିଅର ବିବାହ ଲାଗି କିନ୍ନର ସଂଘକୁ ସାହାଯ୍ୟ ମାଗିଥିଲେ । କିନ୍ନର ସଂଘ ଦଶରଥପୁର ବ୍ଳକ ଅହିୟାସ ଅଞ୍ଚଳର ଜଗନ୍ନାଥ ସାହୁ ନାମକ ଜଣେ ଯୁବକଙ୍କୁ ବରପାତ୍ର ଭାବେ ଠିକ କରି ଆଜି ବିବାହ ସମ୍ପାଦନ କରାଇଥିଲେ। ସେଥିପାଇଁ ଯୁବ ନେତା ପୁଲିନ ପ୍ରକାଶ ପୁହାଣ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଥିଲେ। କିନ୍ନର ସଙ୍ଘର ଏଭଳି ଉଦ୍ୟମ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.