ଚାଟ ଜିପିଟିକୁ ପଛରେ ପକାଇଲା ଥ୍ରେଡ୍ସ, ଜାଣନ୍ତୁ ଡାଉନଲୋଡ କଲେ କେତେ ୟୁଜର୍ସ

ମେଟାର ଟ୍ୱିଟର ପ୍ରତିଦ୍ୱନ୍ଦୀ ଥ୍ରେଡ୍ସ ଲଞ୍ଚ ହେବାର ମାତ୍ର ୫ ଦିନ ମଧ୍ୟରେ ୧୦୦ ମିଲିୟନ୍ ୟୁଜର୍ସ ଅତିକ୍ରମ କରିଛି । ଥ୍ରେଡ୍ସ ଦ୍ରୁତତମ କନ୍‌ଜ୍ୟୁମର ପ୍ରଡକ୍ଟ ଭାବେ ChatGPT କୁ ପଛରେ ପକାଇଛି ।ସୋସିଆଲ ମିଡିଆ ଆପ୍‌ର ଚାହିଦା ଅର୍ଗାନିକ ଭାବେ ହୋଇଛି କାରଣ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ପ୍ରୋମୋସନ ପ୍ରୋଗ୍ରାମ ଆରମ୍ଭ କରାଯାଇ ନାହିଁ ।

ଗତ ଗିଛି ଦିନ ତଳେ ଲଞ୍ଚ ହୋଇଥିଲା ଥ୍ରେଡ୍ସ ଆପ୍‌ । ଏହି ଆପ୍‌ ମାତ୍ର ଅଳ୍ପ ଦିନ ମଧ୍ୟରେ ୟୁଜର୍ସଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏବଂ ଧିରେ ଧିରେ ଏହି ଆପ୍‌ର ଚାହିଦା ବଢି ଚାଲିଛି । ମେଟାର ଟ୍ୱିଟର ପ୍ରତିଦ୍ୱନ୍ଦୀ ଥ୍ରେଡ୍ସ ଲଞ୍ଚ ହେବାର ମାତ୍ର ୫ ଦିନ ମଧ୍ୟରେ ୧୦୦ ମିଲିୟନ୍ ୟୁଜର୍ସ ଅତିକ୍ରମ କରିଛି । ଥ୍ରେଡ୍ସ ଦ୍ରୁତତମ କନ୍‌ଜ୍ୟୁମର ପ୍ରଡକ୍ଟ ଭାବେ ChatGPT କୁ ପଛରେ ପକାଇଛି । ୧ ବିଲିୟନ ୟୁଜର୍ସଙ୍କ ସହିତ ଏକ ପବ୍ଲିକ୍ କନଭର୍ସେସନ ଆପ୍ ହେବାର ଲକ୍ଷ୍ୟ ନେଇ ଏହା ୬ ଜୁଲାଇ ୨୦୨୩ ରେ ଲଞ୍ଚ କରାଯାଇଥିଲା ।

ମେଟାର ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସର ଏକ ପୋଷ୍ଟରେ ଘୋଷଣା କରିଛନ୍ତି ଯେ, ଲଞ୍ଚ ହେବାର ମାତ୍ର ୫ ଦିନ ମଧ୍ୟରେ ଏହା ୧୦୦ ମିଲିୟନ ୟୁଜର୍ସଙ୍କ ନିକଟରେ ପହଞ୍ଚିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ସୋସିଆଲ ମିଡିଆ ଆପ୍‌ର ଚାହିଦା ଅର୍ଗାନିକ ଭାବେ ହୋଇଛି କାରଣ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ପ୍ରୋମୋସନ ପ୍ରୋଗ୍ରାମ ଆରମ୍ଭ କରାଯାଇ ନାହିଁ ।

OpenAI ର ଜେନେରେଟିଭ୍ AI ବେସ୍‌ଡ ଚାଟ ବୋଟ (ChatGPT) ଲଞ୍ଚ ହେବାର 40 ଦିନରେ ପ୍ରତ୍ୟେକ ଦିନ ୧୦ ମିଲିୟନ୍ ୟୁଜର୍ସ ଏବଂ ଲଞ୍ଚ ହେବାର ପ୍ରାୟ ଦୁଇ ମାସ ମଧ୍ୟରେ ପ୍ରତ୍ୟେକ ଦିନ ୧୦୦ ମିଲିୟନ୍ ଆକ୍ଟିଭ ୟୁଜର୍ସଙ୍କ ନିକଟରେ ପହଞ୍ଚିଥିଲା । ଅନ୍ୟପଟେ ଇନଷ୍ଟାଗ୍ରାମ, ଟିକ୍‌ଟକ୍‌ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆପ୍‌ମାନଙ୍କୁ ପଛରେ ପକାଇ ପ୍ରତ୍ୟେକ ଦିନ ୧୦୦ ମିଲିୟନ୍ ଆକ୍ଟିଭ ୟୁଜର୍ସଙ୍କ ନିକଟରେ ପହଞ୍ଚିବା ପାଇଁ ଚାଟ୍ ଜିପିଟି ଦ୍ରୁତତମ ପ୍ରଡକ୍ଟ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୨ ସୁଦ୍ଧା ଟ୍ୱିଟରରେ ମୋଟ ୨୪୦ ମିଲିୟନ ଆକ୍ଟିଭ ୟୁଜର୍ସ ରହିଥିଲେ। କିନ୍ତୁ ୱେବ ଆନାଲିଟିକ୍ସ ଫର୍ମ ସିମିଲାର ୱେବ ଅନୁଯାୟୀ, ଗତ ବର୍ଷ ତୁଳନାରେ ଥ୍ରେଡସ୍ ଲଞ୍ଚ ହେବା ପରେ ଟ୍ୱିଟରର ୱେବ୍ ଟ୍ରାଫିକ୍ ୧୧ ପ୍ରତିଶତ ହ୍ରାସ ପାଇଛି।

ଗତ ବର୍ଷ ଅକ୍ଟୋବରରେ ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଆସିବା ପରେ ଟ୍ୱିଟରର ଅନେକ ଅପ୍ସନ ସାମ୍ନାକୁ ଆସିଛି। କିନ୍ତୁ ଏହି ଅପ୍ସନଗୁଡ଼ିକ ମଧ୍ୟରୁ କୌଣସି ଅପ୍ସନ ଇନଷ୍ଟାଗ୍ରାମର ଥ୍ରେଡ୍ସ ପରି ସଫଳ ହୋଇନାହିଁ ।

ଖବର ଅନୁଯାୟୀ, ଇନଷ୍ଟାଗ୍ରାମର ସିଇଓ ଆଡାମ ମୋସେରୀ ପ୍ରକାଶ କରିଛନ୍ତି ଯେ, ନ୍ୟୁଜ୍‌ ଏବଂ ରାଜନୀତିରୁ ଦୂରେଇ ରଖିବା ପାଇଁ ଥ୍ରେଡ୍ସ ଆପ୍ ଡିଜାଇନ୍ କରାଯାଇଛି । ତାଙ୍କ କହିବା ଅନୁଯାୟୀ, ପ୍ଲାଟଫର୍ମରେ ଏପରି କଣ୍ଟେଟ୍‌ କୁ ସାମିଲ କରିବା ଦ୍ୱାରା ଅଧିକ ସିକ୍ୟୁରିଟି ଏବଂ ନେଗେଟିଭିଟି ବଢିବା ପାଇଁ ସୁଯୋଗ ମିଳେ ଏବଂ ଆପ୍‌ର ଇଣ୍ଟେଗ୍ରିଟିରେ ସମସ୍ୟା ଆସିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.