ଆସନ୍ତା ବୁଧବାର ମଧ୍ୟପ୍ରଦେଶ ଓ ମିଜୋରାମ୍‌ ନିର୍ବାଚନ, ଆଜି ପ୍ରଚାରର ଶେଷ ଦିନ

ମଧ୍ୟପ୍ରଦେଶ(କେନ୍ୟୁଜ୍) : ମଧ୍ୟପ୍ରଦେଶ ଓ ମିଜୋରାମ୍‌ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଆଜି ସଂଧ୍ୟା ୫ଟାରେ ପ୍ରଚାର ଶେଷ ହେବ । ଆଜି ଶେଷ ଦିନ ହୋଇଥିବାରୁ ସବୁ ଦଳ ଜୋରଦାର ପ୍ରଚାର କରିବେ । ମଇଦାନକୁ ଓହ୍ଲାଇବେ ହେଭିୱେଟ୍‌ । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟପ୍ରଦେଶରରେ ଜନସଭା କରିବେ । ସେହିପରି ଇନ୍ଦୋରରେ ମଧ୍ୟ ରୋଡ୍‌ ଶୋ’ କରିବେ । ସେହିପରି ମିଜୋରାମ୍‌ରେ ମଧ୍ୟ ଶାସକ କଂଗ୍ରେସ, ବିରୋଧୀ ଦଳ ଏମ୍‌ଏନ୍‌ଏଫ୍‌ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି। ସେପଟେ ରାଜସ୍ଥାନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନୀ ସଭା କରିବେ ।

 

Leave A Reply

Your email address will not be published.