Below header

ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର: ଆଜି ଜାତୀୟ ଭୋଟର ଦିବସରେ ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ଆଜି ଜାତୀୟ ଭୋଟର ଦିବସ । ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର । ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ । ଯାହାଦ୍ୱାରା ଲୋକମାନେ ଏଣିକି ଡିଜିଟାଲ ମାଧ୍ୟମରେ ନିଜର ଭୋଟର କାର୍ଡ ପାଇପାରିବେ ।

voteଏହାସହ E-EPIC ଆପ୍‌ ଜରିଆରେ ଲୋକମାନେ ଏହାକୁ ଡାଉନଲୋଡ କରି ରଖିପାରିବେ । ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟି କାର୍ଡ ଏହି ଆପ୍‌ ଡିଜିଟାଲ ଲକର ଭଳି କାମ କରିବ । ଏଥିପାଇଁ ନିର୍ବାଚନ ଆୟୋଗରେ ଫୋନ ରେଜିଷ୍ଟ୍ରେସନ ହେବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.