ବଲିଉଡର ବଦ୍ରିଙ୍କୁ ମିଳିଗଲା ଦୁଲହନିୟାଁ, ସୋସିଆଲ ମିଡିଆରେ ଫଟୋ ଭାଇରଲ

ବଲିଉଡ ଅଭିନେତା ବରୁଣ ଧୱନ ପିଲାଦିନର ସାଥି ତଥା ପ୍ରେମିକା ନତାଶା ଦଲାଲାଙ୍କ ସହିତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମହାରାଷ୍ଟ୍ରର ଅଲିବାଗସ୍ଥିତ ଏକ ବିଚ୍ ରିସର୍ଟରେ ମ୍ଯାନସନ ହାଉସରେ ହୋଇଛି। ତାଙ୍କ ବିବାହ ବେଳେର କିଛି ଫଟୋକୁ ବରୁଣ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ଏବେ ଭାଇରଲ ହେଉଛି। ତାଙ୍କ ବିବାହ କାର୍ଯ୍ଯକ୍ରମରେ କିଛି ବଛାବଛି ସେଲିବ୍ରିଟ ସାମିଲ ହୋଇଥିଲେ। ଦୁହିଁଙ୍କୁ ବଲିଉଡର ସମସ୍ତ ସେଲିବ୍ରିଟି ଶୁଭକାମନା ସହିତ ଶୁଭେଚ୍ଛା ଜଣାଇଛନ୍ତି।

ନତାଶା ଖ୍ୟାତନାମା ବ୍ୟବସାୟୀ ରାଜେଶ ଦଲାଲଙ୍କର ଝିଅ । ଫ୍ୟାସନ ଡିଜାଇନିଂରେ ନତାଶା ନ୍ୟୁୟର୍କରୁ ଡିଗ୍ରୀ ହାସଲ କରିଛନ୍ତି । ଭାରତରେ ଫ୍ୟାସନ ଡିଜାଇନିଂ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍ ନାଁ ରହିଛି ।

 

View this post on Instagram

 

A post shared by VarunDhawan (@varundvn)

ସୂଚନାଥାଉ କି, ବରୁଣ ୨୦୧୯ରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନତାଶାଙ୍କ ସହ ଏକ ଫଟୋ ଅପ୍ଲୋଡ କରି ଉଭୟଙ୍କର ପ୍ରେମ ସମ୍ପର୍କ ବାବଦରେ ଘୋଷଣା କରିଥିଲେ । ଦୁହିଁଙ୍କୁ ବଲିଉଡର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା କପୁର, ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପିକା ପାଦୁକୋନ, କ୍ଯାଟ୍ରିନା କୈଫ, ମୌନି ରୟ, ସୋନାକ୍ଷୀ ସିହ୍ନା, ଆମି ଜ୍ଯାକସନ ଭଳି ଅଭିନେତ୍ରୀ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.