ପିଲାମାନେ ଭୁଲ କଲେ ମାତାପିତା କରନ୍ତୁ ଏହି କାମ, ଜାଣନ୍ତୁ କ’ଣ କହୁଛି ଚାଣକ୍ଯ ନୀତି

ଚାଣକ୍ଯ ନୀତି ଜୀବନରେ ସଫଳ ହେବା ପାଇଁ ପ୍ରେରିତ କରିଥାଏ। ଚାଣକ୍ଯ ନୀତିରେ ଯିଏ ପଢିଥାଏ ନିଜ ଜୀବନରେ ସେହି ଶିକ୍ଷାଙ୍କୁ ପ୍ରୟୋଗ କରିଥାଏ। ଏମିତି କରିବା ଦ୍ବାରା ଅନେକ ଚିନ୍ତାରୁ ମୁକ୍ତ ରହିଥାଏ। ସମ୍ପର୍କ ଏବଂ ପିଲାଙ୍କ ମାମଲାରେ ବ୍ଯକ୍ତିଙ୍କୁ ବହୁତ ସଜାଗ ଏବଂ ଗମ୍ଭୀର ରହିବାକୁ ହୋଇଥାଏ। ଏଥିରେ ଅବହେଳା ହେଲେ ମଣିଷକୁ କଷ୍ଟ ଏବଂ ଦୁଃଖ ଉଠାଇବାକୁ ପଡିବ।

ଆଚାର୍ଯ୍ଯ ଚାଣକ୍ଯଙ୍କ କଥା, ବ୍ଯକ୍ତିକୁ ଆଗାମୀ ସଂକଟରୁ ରକ୍ଷା କରିଥାଏ। କେବଳ ଏତିକି ନୁହେଁ, ଚାଣକ୍ଯ ନୀତି ବ୍ଯକ୍ତିକୁ ଶ୍ରେଷ୍ଠ ଆଚରଣ କରିବା ପାଇଁ ପ୍ରେରିତ କରିଥାଏ। ଏଥିପାଇଁ ଚାଣକ୍ଯ କହିଥିବା କଥା ଆଜି ମଧ୍ୟ ପ୍ରଚଳିତ। ଚାଣକ୍ଯଙ୍କ ଅନୁସାରେ ବ୍ଯକ୍ତିଙ୍କୁ ନିଜ ସମ୍ପର୍କ ମାମଲାରେ ସତର୍କ ରହିବାକୁ ହେବ। ଜୀବନରେ ଯେତେବେଳେ ଭୁଲ୍ ପ୍ରବେଶ କରେ, ସେତେବେଳେ ଚିନ୍ତା ତ ଉଠାଇବାକୁ ପଡିବ। ତେଣୁ ସବୁବେଳେ ଏହିକଥାକୁ ଧ୍ୟାନରେ ରଖିବା ଉଚିତ।

chankya

ଚାଣକ୍ଯଙ୍କ ଅନୁସାରେ ଏମିତି ଲୋକଙ୍କ ଠାରୁ ସବୁବେଳେ ଦୂରତା ବଜାୟ ରଖନ୍ତୁ, ଯିଏ ସବୁବେଳେ ସବୁକଥାକୁ ବଢାଇ ଚଢାଇ କୁହନ୍ତି। ସେମାନେ ସାମ୍ନାରେ ଦେଖେିଇ ହୁଅନ୍ତି। କିନ୍ତୁ ନିଜ ସ୍ବାର୍ଥ ପାଇଁ କିଛି ବି କରନ୍ତି। ଚାଣକ୍ଯଙ୍କ କହିବାନୁସାରେ କେବେ ବି ଏମିତି ଲୋକଙ୍କ ବିଶ୍ବାସ କରନ୍ତୁ ନାହିଁ। ଏବେ ସମୟ ଆସିଲେ ଆପଣଙ୍କ ସାଙ୍ଗ ଛାଡିଦିଅନ୍ତି।

ଚାଣକ୍ଯଙ୍କ ନୀତି ଅନୁସାରେ, ପିଲାଙ୍କ ମାମଲାରେ ମାତାପିତାଙ୍କୁ ସତର୍କ ରହିବାକୁ ପଡିଥାଏ। ଯେଉଁ ମାତାପିତା ପିଲାଙ୍କ ଭୁଲକୁ ଅଣଦେଖା କରନ୍ତି ଆଉ ସମୟ ଆସିବା ବେଳେ ରୋକନ୍ତି ନାହିଁ, ସେମାନେ ଆଗକୁ ବହୁତ ଦୁଃଖ ଏବଂ କଷ୍ଟ ଭୋଗନ୍ତି। ଚାଣକ୍ଯଙ୍କ ଅନୁସାରେ ପିଲା, ଯେତେବେଳେ ଭୁଲ କରନ୍ତି, ସେତେବେଳେ ବହୁ ସାବଧାନତାର ସହିତ ସେମାନଙ୍କୁ ବୁଝାଇବା ଜରୁରୀ। ଯଦି ମାତାପିତା ପିଲାଙ୍କ ଭୁଲ ଦୂର ନ କରନ୍ତି, ପରେ ସେମାନଙ୍କୁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ପିଲା ଭୁଲ୍ କଲେ ସେମାନଙ୍କୁ ବୁଝାଇ ତୁରନ୍ତ ରୋକିବା ଉଚିତ। ନଚେତ ଭବିଷ୍ଯତରେ ହଇରାଣ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.