ମା’ କୋଳରୁ ଉଠାଇ ନେଇ ଶିଶୁକନ୍ୟାକୁ କଲେ ଗଣଦୁଷ୍କର୍ମ, କାନ୍ଦିବାରୁ କାଟିଦେଲେ ମୁଣ୍ଡ

ସଭ୍ୟ ସମାଜର ଅସଭ୍ୟ ଚେହେରା । ଘଟଣା ଏମିତି ଯାହାକୁ ଶୁଣିଲେ ଉଠିଯିବ ମାନବିକତା ଉପରୁ ବିଶ୍ବାସ । ଘଟଣା ଏମିତି ଯାହା ଆପଣଙ୍କୁ ବାରମ୍ବାର ଭାବିବାକୁ ବାଧ୍ୟ କରିବ । ମା’ କୋଳରୁ କୁନି ଝିଅକୁ ଉଠାଇନେଇ ଗଣଦୁଷ୍କର୍ମ । ଆଉ କାନ୍ଦିବାରୁ ନିର୍ମମ କାଟି ଦେଲେ ମୁଣ୍ଡ । ମାନବିକତାକୁ ହତ୍ୟା କରିଥିବା ଏହି ଲୋମଟାଙ୍କୁରା ଘଟଣା ଘଟିଛି ଜାମସେଦପୁରରେ ।

ଘଟଣାଟି ହେଉଛି ୨୫ ଜୁଲାଇର । ଯାହା ଏବେ ଆସିଛି ସାମ୍ନାକୁ । ଟାଟାନଗର ରେଲୱେ ଷ୍ଟେସନରେ ନିଜ ମା’ କୋଳରେ ଶୋଇଥିଲା ୩ ବର୍ଷର କୁନିଝିଅଟି । ହେଲେ ଅଭିଯୁକ୍ତ ମା’ କୋଳରୁ ଝିଅଟିକୁ ଉଠାଇନେଇ କରିଥିଲେ ଗଣଦୁଷ୍କର୍ମ । ଆଉ ଯନ୍ତ୍ରଣାରେ ଝଟପଟ ହୋଇ ଜୋରରେ କାନ୍ଦିବାରୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଝିଅଟିର ଗଳାକାଟି ମୁଣ୍ଡରୁ ଗଣ୍ଡି ଅଲଗା କରିଥିଲେ ଦୁର୍ବୃତ୍ତ । ଆଉ ପରଦିନ ଏକ ପ୍ଲାଷ୍ଟିକ ବ୍ୟାଗରେ ଶବକୁ ରାମାଧୀନ ବଗିଚାରେ ଫୋପାଡି ଦେଇଥିଲା ।

toddler rapedଷ୍ଟେସନରେ ଲାଗିଥିବା ସିସିଟିଭିରେ ସହାୟତାରେ ପୋଲିସ୍ ଅଭିଯୁକ୍ତ ରିଙ୍କୁ ସାହୁକୁ ଗିରଫ କରିବାରେ ସଫଳ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଅଭିଯୁକ୍ତ ରିଙ୍କୁ ଝିଅଟିକୁ କାନ୍ଧରେ ବୋହି ନେଉଛି । ଏହା ପରେ ନିଜ ସାଙ୍ଗ କୈଳାଶ କୁମାର ସହ ଝିଅଟିକୁ ଦୁଷ୍କର୍ମ କରିଥିଲା । ଅନ୍ୟପଟେ ରିଙ୍କୁର କହିବାନୁସାରେ ସେ ଏହା ପୂର୍ବରୁ ମଧ୍ୟ ଅନେକ ପିଲାଙ୍କ ସହ ଦୁଷ୍କର୍ମ କରିସାରିଛି ଏବଂ ଟଙ୍କା ଲୋଭରେ ସେମାନଙ୍କୁ ବିକ୍ରି କରିଛି । ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ ଏଭଳି ଘଟଣା ଘଟାଇଥିବା ଅପରାଧୀ କିଭଳି ଖୁଲମଖୁଲା ବୁଲୁଛି । ଆଉ ଗୋଟିଏ ପରେ ଗୋଟିଏ ଘଟାଇ ଚାଲିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.