ପାରଳାଖେମୁଣ୍ଡିର ଅର୍ଦ୍ଧନାରୀଶ୍ୱର ମନ୍ଦିର, ଯେଉଁଠାରେ ଭକ୍ତଙ୍କ ସହ ବୁଲିଥାନ୍ତି ବିରଳ କଇଁଚ

ସ୍ବତନ୍ତ୍ର ଆମ ପରମ୍ପରା ଏବଂ ସ୍ବତନ୍ତ୍ର ଆମ ପୂଜାର୍ଚ୍ଚନା। ଆମ ପରମ୍ପରା ଓ ପୂଜାର୍ଚ୍ଚନାର ମୁକସାଖୀ ହେଉଛି ଆମ ମନ୍ଦିର। ଆମେମାନେ ଅନେକ ମନ୍ଦିର ଦେଖିଛୁ କିନ୍ତୁ କିଛି ମନ୍ଦିର ଭିନ୍ନ ଧରଣର ହୋଇଥାଏ। ଯେଉଁଥି ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ। ସେହିପରି ଏକ ଭିନ୍ନ ମନ୍ଦିର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟରେ ଅର୍ଦ୍ଧନାରୀଶ୍ୱର ମନ୍ଦିର ନାମରେ ପରିଚିତ। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ମନ୍ଦିରକୁ କଇଁଚ ମନ୍ଦିର କହିଥାନ୍ତି। କିନ୍ତୁ ପ୍ରକୃତରେ ଏହା ଶିବ ମନ୍ଦିର।

temple ganjamଏହି ମନ୍ଦିରରେ ଭଗବାନ ଶିବ, ମାତା ପାର୍ବତୀ, ଗଣେଶ, ଶନି, ହନୁମାନ, ନାଗ-ନାଗୁଣୀ ଏବଂ ପାର୍ଶ୍ବ ଦେବା, ଦେବୀ ପୂଜା ପାଇଥାନ୍ତି। ଏଠାରେ ଏକ ଶତାୟୁ ବିରାଟ ବଟବୃକ୍ଷ ମଧ୍ୟ ରହିଛି। ଏହି ବୃକ୍ଷକୁ ଅଞ୍ଚଳବାସୀ ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ପୂଜାର୍ଚ୍ଚନା କରିଥାନ୍ତି। ଏହା ଏକ ପୁରାତନ ମନ୍ଦିର। କେବେଠାରୁ ଏହି ମନ୍ଦିର ନିର୍ମାଣ ହୋଇଛି ତାହାର ସଠିକ ଉତ୍ତର କେହି ଦେଇପାରି ନାହାନ୍ତି। ବିଶେଷ ରୂପେ ଶ୍ରାବଣ ମାସରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ଗତକିଛି ପୂର୍ବେ ଏହି ସ୍ଥାନରେ କଇଁଚ ଏବଂ ନାଗସାପ ଏକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଖେଳିବାର ଅଲୌକିକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ଏହି ମନ୍ଦିରର ପ୍ରତିଷ୍ଟାକୁ ଦ୍ବିଗୁଣିତ କରିଦେଇଛି।

ଏହାସହ ପଢନ୍ତୁ: ଏହି ମନ୍ଦିରରେ ପୂଜା ପାଇଥାନ୍ତି ୩୩ କୋଟି ଦେବା-ଦେବୀ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଏହି ମନ୍ଦିରର ପ୍ରମୁଖ ଆକର୍ଷଣ ହେଉଛି କଇଁଚ। ଏଠାରେ ଅନେକ ସଂଖ୍ୟାରେ କଇଁଚ ରହିଛନ୍ତି। କିନ୍ତୁ ଏହି କଇଁଚ କେଉଁଠାରୁ ଆଉ କେମିତି ଆସିଲେ ଏହାର ସନ୍ତୋଷ ଜନକ ଉତ୍ତର କାହା ପାଖରେ ନାହିଁ। କିନ୍ତୁ ଏହି କଇଁଚମାନେ ବିନା ଦ୍ବିଧାରେ ମନ୍ଦିର ପରିସର ମଧ୍ୟରେ ବିଚରଣ କରିଥାନ୍ତି। ଏହି କଇଁଚମାନେ କେବେବି ମନ୍ଦିରର ଗର୍ଭଗୃହ କିମ୍ବା ମନ୍ଦିର ବାହାରକୁ ଯାଇନଥାନ୍ତି। ସବୁଠାରୁ ବିସ୍ମୟକର ବିଷୟ କେହି କେବେ ଏହି କଇଁଚମାନଙ୍କର କ୍ଷତି କରିନଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.