ଆସନ୍ତାକାଲି ମୋଦି ଓ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ମିଟ୍‌, ଏକାଧିକ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତାକାଲି ମୋଦି-ବାଇଡେନ୍‌ ଆଲୋଚନା। ଭର୍ଚୁଆଲରେ ଆଲୋଚନା କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହି ଆଲୋଚନାର ଅଧିକ ଗୁରୁତ୍ୱ ରହୁଛି। ବୈଦେଶିକ ମନ୍ତ୍ରାଳୟର ସୂଚନା ମୁତାବକ, ଦକ୍ଷିଣ ଏସିଆରେ ବର୍ତ୍ତମାନର ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ଆଗକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ କିପରି ମଜଭୁତ ହେବ ସେନେଇ ଦ୍ୱିପାକ୍ଷିକ ଆଲୋଚନା ହେବ।

ଏହାସହ ଇଣ୍ଡୋ ପାସିଫିକ୍‌ ରିଜିଅନ୍‌ ଏବଂ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦି-ବାଇଡେନ। ୟୁକ୍ରେନ୍‌-ରୁଷ ଯୁଦ୍ଧ ସଂକଟ ଭିତରେ ରୁଷ୍‌ ଉପରେ କଟକଣା କଠୋର କରୁଛି ଆମେରିକା। କିନ୍ତୁ ରୁଷର ତୈଳ ଆମଦାନୀ ନ କରିବାକୁ ଭାରତ ଉପରେ ଚାପ ପଡୁଛି। ଏହାସହ ଭାରତ ଯୁଦ୍ଧରେ ନିଜର ନିରପେକ୍ଷତା ବଜାୟ ରଖିଛି। ଏଭଳି ସ୍ଥିତିରେ ଜୋ ବାଇଡେନ୍‌ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.