ନକ୍ସଲ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଟପ୍‌ ମାଓ ନେତା ପାପାରାବ ମୃତ, ତାକୁ ଧରିଲେ କିମ୍ବା ଏନ୍‌କାଉଣ୍ଟର କଲେ ୨୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ ଛତିଶଗଡ଼ ସରକାର

ଛତିଶଗଡ଼: ନକ୍ସଲ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଟପ୍‌ ମାଓ ନେତା ପାପାରାବ ମୃତ । କିଡ୍‌ନୀ ରୋଗରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାପାରାଓକୁ ଧରିଲେ କିମ୍ବା ଏନ୍‌କାଉଣ୍ଟର କଲେ ୨୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ ଛତିଶଗଡ଼ ସରକାର । ଛତିଶଗଡ଼ର ଟପ୍‌ ମାଓ ଲିଡର ରମନ୍ନାର ମୃତ୍ୟୁ ପରେ ପାପାରାବ ମୁଖ୍ୟ ଭାବେ କାମ କରୁଥିଲା । ଅନେକ ବଡ଼ ବଡ଼ ମାଓ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା । ତାଡମେଟଲା ଜଙ୍ଗଲରେ ୭୬ ସିଆରପିଏଫ୍‌ ଯବାନଙ୍କୁ ଆମ୍ବୁସ ବିଛାଇ ମାରିବାରେ ତାର ହାତ ଥିଲା । ୨୦୧୦ରେ ସବୁ ବଡ଼ ବଡ଼ ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ପାପାରାବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.