ନାଗରିକତା ସଂଶୋଧନ ଆଇନ ନେଇ ଆଜି ମହାଶୁଣାଣି, ଏକା ସଙ୍ଗେ ୧୪୦ଟି କେସର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଏଏର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଆଜି ୧୪୦ରୁ ଅଧିକ ମାମଲାର ହେବ ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ, ଜଷ୍ଟିସ ଅବଦୁଲ ନାଜିର ଓ ଜଷ୍ଟିସ ସଂଜୀବ ଖାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସମସ୍ତ ମାମଲାର ଶୁଣାଣି ଏକ ସଂଗେ ହେବ । ନାଗରିକତା ସଂଶୋଧନ ଆଇନ- ସିଏଏକୁ ନେଇ ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧିନ ସମସ୍ତ ମାମଲାକୁ ଶୁଣାଣି ଏକ ସଂଗେ କରିବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଗତ ମାସ ୧୮ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏ ନେଇ ନୋଟିସ କରିଥିଲେ । ଏହାସହ ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ପ୍ରସ୍ତାବରେ କେନ୍ଦ୍ର ସରକାର ତାଙ୍କର ମତ ଦେବା ପରେ ସମସ୍ତ ମାମଲା ଏବେ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର ହୋଇଛି । ଏସବୁ ଏକ ସଂଗେ ଶୁଣାଣି ହେବ । ପାକିସ୍ତାନ, ବାଂଗଲାଦେଶ ଓ ଆଫଗାନସ୍ତାନରୁ ଆସିଥିବା ଅଣମୁସଲମାନଙ୍କୁ ତୁରନ୍ତ ବିନା କୌଣସି କଟକଣାରେ ନାଗରିକତା ପ୍ରଦାନ କରାଯିବା ନେଇ ସିଏଏ ଆଇନରେ ଥିବା ନିୟମ ଆବେଦନକାରୀ ଚାଂଲେଜ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.