ଦେଢ କିମି ପର୍ଯ୍ୟନ୍ତ କାରକୁ ଘୋଷାଡି ନେଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲା ୪ ଜୀବନ

ମଦ ନିଶାରେ କାରକୁ ଦେଢ କିମି ଯାଏ ଘୋଷାଡି ନେଲା କଣ୍ଟେନର । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି। ପୋଲିସ କଣ୍ଟେନର ଡ୍ରାଇଭରକୁ ଗିରଫ କରିଛି । ଉତ୍ତରପ୍ରଦେଶ ମେରଠରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଦିଲ୍ଲୀରେ ଯୁବତୀଙ୍କୁ କାରରେ ଘୋଷାଡିବା ଘଟଣା ପରେ ଦେଶର ଅନେକ ସ୍ଥାନରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏବେ ଏମିତି ଏକ ଘଟଣା ଉତ୍ତରପ୍ରଦେଶର ମେରଠରେ ଘଟିଛି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ମଦ ନିଶାରେ କାରକୁ ଦେଢ଼ କିଲୋମିଟର ଯାଏଁ ଘୋଷାଡ଼ି ନେଇଛି କଣ୍ଟେନର୍। ୨୨ ଚକିଆ କଣ୍ଟେନର କାରକୁ ଦେଢ କିମି ଘୋଷାଡି ନେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଉତ୍ତରପ୍ରଦେଶ ମେରଠର ପ୍ରତାପୁର ଅଞ୍ଚଳରେ ମଦ ନିଶାରେ ଏକ କଣ୍ଟେନର ଡ୍ରାଇଭର ଫିଲ୍ମ ଷ୍ଟାଇଲ୍ରେ କାରକୁ ବିଚ୍ ରାସ୍ତା ଉପରେ ଘୋଷାଡି ନେଇଥିଲା। ପ୍ରାୟ ଦେଢ଼ କିଲୋମିଟର ଯାଏଁ କାରକୁ କଣ୍ଟେନର ଘୋଷାଡ଼ି ନେଇଛି । ଆଉ ଏତେ ବାଟ ଘୋଷାଡିବା ପରେ କଣ୍ଟେନର ଡ୍ରାଇଭର ଗାଡିକୁ ଅଟକାଉ ନାହାନ୍ତି । ଲୋକେ ଯେତେ ଚିତ୍କାର କଲେ ମଧ୍ୟ ଡ୍ରାଭଇର ନିଶାରେ ଗାଡିକୁ ଅଟକାଉନାହାନ୍ତି । ଘୋଷାଡି ନେଉଥିବା କାରରେ ୪ ଜଣ ଲୋକ ବସିଥିଲେ । ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚିଯାଇଛି ।

 

View this post on Instagram

 

A post shared by India Today (@indiatoday)

କାରରେ ବସିଥିବା ୪ ଜଣ ବ୍ୟକ୍ତି କାରର ପଛପଟକୁ ଆସି ଡେଇଁଛନ୍ତି । ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଛି । କିନ୍ତୁ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଉକ୍ତ କଣ୍ଟେନରକୁ ଅଟକାଇ ଡ୍ରାଇଭରକୁ ଗିରଫ କରିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ମଥୁରା ଥାନା ମଣ୍ଟ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଏକ ମୃତଦେହ ଅନେକ କିଲୋମିଟର ପର୍ଯ୍ୟନ୍ତ ଗାଡିରେ ଫସି ରହିଥିଲା। କାରଟି ମଣ୍ଟ ଟୋଲ ପ୍ଲାଜାରେ ପହଞ୍ଚିବା ପରେ ଏକ୍ସପ୍ରେସୱେର ସୁରକ୍ଷା କର୍ମୀମାନେ କାର ତଳେ ଫସି ରହିଥିବା ମୃତଦେହକୁ ଦେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.