Below header

ପରକୀୟା ପ୍ରୀତିକୁ ନେଇ ଗୁଳିମାଡ, ତଦନ୍ତ କରୁଛି ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ ପୋଲିସ

ପରକୀୟା ପ୍ରୀତିକୁ ନେଇ ଗତକାଲି ଗୁଳିମାଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଆଠଗଡ(କେନ୍ୟୁଜ୍): ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ ଘଟଣାରେ ତନଘନା ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରକ୍ତ ନମୁନା ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ରହିଥିବା ସମସ୍ତ ଜିନିଷକୁ ଯାଞ୍ଚ କରାଯାଉଛି । ପରକୀୟା ପ୍ରୀତିକୁ ନେଇ ଗତକାଲି ଗୁଳିମାଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗାଁର ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ, ଦୀନବନ୍ଧୁ ନାୟକ ବସିଥିବା ବେଳେ ଗାଁର ସଦାନନ୍ଦ ଦାସ ଅତର୍କିତ ଭାବେ ଗୁଳିମାଡ କରିଥିଲେ । ସୋସିଆଲ ମିଡ଼ିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଅପଲୋଡକୁ ନେଇ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.