୫୦MP କ୍ୟାମେରା ସହ ୫୦୦୦mAh ବ୍ୟାଟେରୀ ଫୋନକୁ ଲଞ୍ଚ୍ କଲା ଲାଭା, ଦାମ ବି ବହୁତ କମ୍
ଦେଶୀ ମୋବାଇଲ ଫୋନ୍ ନିର୍ମାଣକାରୀ କମ୍ପାନୀ ଲାଭା ଗତ ବର୍ଷ Lava Blaze 5G କୁ ଲଞ୍ଚ୍ କରିଥିଲା । ଏହା ଦେଶର ସବୁଠାରୁ ଶସ୍ତା 5G ଫୋନ୍ । କମ୍ପାନୀ ଏହାର ନୂଆ ଭର୍ସନ ଲଞ୍ଚ୍ କରିଛି । ଲାଭା ଗତବର୍ଷ ଏହାର ୪ଜିବି ରାମ ଭ୍ୟାରିଏଣ୍ଟ ଲଞ୍ଚ୍ କରିଥିଲା, ଯାହା ୧୦ ହଜାର ଟଙ୍କା ବଜେଟରେ ଆସିଥାଏ । ଏବେ କମ୍ପରନୀ ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ଭ୍ୟାରିୟଣ୍ଟକୁ ଲଞ୍ଚ୍ କରିଛି ।
ଲାଭାର ଏହି ଫୋନ୍ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଆସିଥାଏ । ଯଦି ଆପଣ ଅତିକମରେ ଏକ ୫ଜି ଫୋନ୍ ଚାହୁଁଛନ୍ତି ତାହେଲେ ଲାଭାର ଏହି ଫୋନ ସବୁଠାରୁ ଶସ୍ତା ଅପ୍ସନ । ଏଥିରେ Android 12 ଅପରେଟିଙ୍ଗ୍ ସିଷ୍ଟମ, ଏକ୍ସପେଣ୍ଟବଲ ରାମ ଏବଂ ବଡ ବ୍ୟାଟେରୀ ଭଳି ଫିଚର୍ସ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଲାଭା ଫୋନର ଦାମ୍ ଏବଂ ଆହୁରି ଅନ୍ୟାନ୍ୟ ଫିଚର୍ସ ବିଷୟରେ ।
ପ୍ରଥମେ ଆସନ୍ତୁ ଜାଣିବା ଫୋନର ଦାମ୍
ଲାଭା ଏହି ଫୋନକୁ ପ୍ରଥମେ 4GB RAM + 128GB ଷ୍ଟୋରେଜ୍ ଭ୍ୟାରିୟଣ୍ଟରେ ଲଞ୍ଚ୍ କରିଥିଲା । ସେହି ସମୟରେ କମ୍ପାନୀ ଏହାକୁ ୯,୯୯୯ ଟଙ୍କାର ଇଣ୍ଟ୍ରୋଡକ୍ଟ୍ରି ପ୍ରାଇସରେ ଲଞ୍ଚ୍ କରିଥିଲା । ଏବେ ବ୍ରାଣ୍ଡ ଏହାର ୬ଜିବି ରାମ ଭେରିଏଣ୍ଟକୁ ଲଞ୍ଚ୍ କରିଛି । ଯାହା ୧୧,୪୯୯ ଟଙ୍କା ଦାମରେ ଆସୁଛି ।
ଏଥିରେ ଆପଣଙ୍କୁ ଦୁଇଟି କଲର ଅପ୍ସନ-ଗ୍ଲାସ୍ ଗ୍ରୀନ ଏବଂ ଗ୍ଲାସ ବ୍ଲୁ ମିଳିଥାଏ । ଏହାକୁ ଆପଣ ଲାଭା ଷ୍ଟୋରରୁ ବି କିଣିପାରିବେ । ଏହି ଫୋନ୍ Amazon.in ରେ ମଧ୍ୟ ଉପଲବ୍ଧ ଅଛି । ସ୍ମାର୍ଟଫୋନରେ କମ୍ପାନୀ ଗ୍ଲସି ବ୍ୟାକ୍ ଡିଜାଇନ ଦେଇଛି ।
ଫିଚର୍ସ କଣ ରହିଛି ଜାଣନ୍ତୁ
ଲାଭାର ଏହି ସ୍ମାର୍ଟଫୋନ୍ ଫ୍ଲାଟ ଏଜ୍ ଡିଜାଇନ୍ ସହିତ ଆସିଥାଏ । ଏଥିରେ ଆପଣଙ୍କୁ ଓ୍ଵାଟର-ଡ୍ରପ୍ ଷ୍ଟାଇଲ ନଞ୍ଚ୍ ମିଳିଥାଏ । ସ୍ମାର୍ଟଫୋନରେ ୬.୫ ଇଞ୍ଚର ଆଇପିଏସ ସ୍କ୍ରୀନ ଦିଆଯାଇଛି । ଯାହା 90Hz ରିଫ୍ରେସ ରେଟ ସପୋର୍ଟ କରିଥାଏ । ଫୋନର ସିକ୍ୟୁରିଟୀ ପାଇଁ କମ୍ପାନୀ ସାଇଡ-ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି । ସ୍ମାର୍ଟଫୋନରେ MediaTek Dimensity 700 ପ୍ରୋସେସର ମିଳିଥାଏ । ହ୍ୟାଣ୍ଡସେଟରେ ୬ଜିବି ପର୍ଯ୍ୟନ୍ତର ରାମ ଏବଂ ୧୨୮ଜିବି ଷ୍ଟୋରେଜର ଅପ୍ସନ ଦିଆଯାଇଛି ।
ଷ୍ଟୋରେଜକୁ ଏକ୍ସପାଣ୍ଡ କରିବା ପାଇଁ ମାଇକ୍ରୋ ଏସଡି କାର୍ଡର ସ୍ଲଟ ଦିଆଯାଇଛି । ଫୋନ୍ Android 12 OSରେ କାମ କରିଥାଏ । ଏଥିରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । ଯାହାର ମେନ ଲେନ୍ସ ୫୦ଏମପି ରହିଛି । ଫ୍ରଣ୍ଟରେ କମ୍ପାନୀ ୮ଏମପିର ସେଲଫି କ୍ୟାମେରା ଦେଇଛି । ଡିଭାଇସ 5000mAh ବ୍ୟାଟେରୀ ସହିତ ଆସିଥାଏ ।