Below header

ହିଟ୍‌ ଆଣ୍ଡ ରନ୍‌ ମାମଲା ଆଇନକୁ ନେଇ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ, ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼

ହିଟ ଆଣ୍ଡ ରନ୍ ମାମଲାରେ ଡ୍ରାଇଭରଙ୍କ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଦେବାକୁ ଆଇନ୍ ହୋଇଛି । ଏହାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଟ୍ରକ ଡ୍ରାଇଭର । ଆଇନ ଲାଗୁ ନହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଟ୍ରକ ଡ୍ରାଇଭର ।

ହିଟ ଆଣ୍ଡ ରନ୍ ମାମଲାରେ ଡ୍ରାଇଭରଙ୍କ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଦେବାକୁ ଆଇନ୍ ହୋଇଛି । ଏହାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଟ୍ରକ ଡ୍ରାଇଭର । ଆଇନ ଲାଗୁ ନହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଟ୍ରକ ଡ୍ରାଇଭର । ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଟ୍ରକ୍ ଧର୍ମଘଟ । ପ୍ରଭାବିତ ହୋଇଛି ପରିବହନ ବ୍ୟବସ୍ଥା । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ହରିଆଣା, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ରାଜସ୍ଥାନ, ବିହାର ଆଦି ରାଜ୍ୟରେ ସବ୍, ଟ୍ରକ୍, ତେଲ ଟ୍ୟାଙ୍କର ଧର୍ମଘଟ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି ।

ପେଟ୍ରୋଲ, ଡିଜେଲ ଆଦି ଆସି ପାରିନଥିବାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହିଟ୍ ଆଣ୍ଡ ରନ୍ ମାମଲାରେ ଡ୍ରାଇଭରମାନଙ୍କୁ ଦଣ୍ଡ ପରିମାଣ ବଢ଼ାଇ ଦିଆଯିବା ପରେ ଏହାର ବିରୋଧ କରାଯାଇଛି । ସେମାନଙ୍କ ଦାବି କରିଛନ୍ତି କି, କେହି ଜାଣିଶୁଣି ଦୁର୍ଘଟଣା ଘଟାଇନଥାଏ । ତେଣୁ ଏହି ଦଣ୍ଡ ଅଧିକ କଠିନ ହୋଇଛି । ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ପଡିବ ବୋଲି ଡ୍ରାଇଭରମାନେ ଜିଦ୍‌ ଧରି ବସିଛନ୍ତି । ରାସ୍ତା ଉପରେ ଟ୍ରକ୍‌ ରଖି ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ।

ହିଟ ଆଣ୍ଡ ରନ୍ ମାମଲାରେ ଡ୍ରାଇଭରଙ୍କ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଦେବାକୁ ଆଇନ୍ ହୋଇଛି । ତେବେ ଏହି ଆଇନ୍ ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ । ତଥାପି ଏହାର ବିରୋଧ କରିଛନ୍ତି ଡ୍ରାଇଭରମାନେ । ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫଶିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା । ଆଉ ଦୁଇ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଥିଲା । ଏହି ତିନି ଦିନିଆ ଆନ୍ଦୋଳନ ଗତକାଲି ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.