ବିବାହ ପରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କ ଫାଷ୍ଟ ନ୍ୟୁ ୟିଅର, ଫିଲ୍ମି ଷ୍ଟାଇଲରେ କଲେ ସେଲିବ୍ରେଟ

କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ନୂଆ ବର୍ଷ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ରହିଛି । ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ନୂଆ ବର୍ଷ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସେ ନିଜ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି ନ୍ୟୁ ୟିଅର ସେଲିବ୍ରେସନର ଏକ ଝଲକ । ଏବେ ସୋସିଆଲ ମିଡିଆରେ କିଆରା-ସିଦ୍ଧାର୍ଥଙ୍କ ଏହି ଫଟୋ ଖୁବ ଭାଇରାଲ ହେଉଛି ।

କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ନୂଆ ବର୍ଷ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ରହିଛି । ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ନୂଆ ବର୍ଷ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସେ ନିଜ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି ନ୍ୟୁ ୟିଅର ସେଲିବ୍ରେସନର ଏକ ଝଲକ । କିଆରା ସିଦ୍ଧାର୍ଥଙ୍କ ସହ ଏକ ସେଲଫି ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ଉଭୟ ଏକ ତୁଷାରପାତ ସ୍ଥାନରେ ଦେଖାଯାଉଛନ୍ତି । ଏହି ଫଟୋ ସହିତ କିଆରା ତାଙ୍କ ଫ୍ୟାନମାନଙ୍କୁ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଏବେ ସୋସିଆଲ ମିଡିଆରେ କିଆରା-ସିଦ୍ଧାର୍ଥଙ୍କ ଏହି ଫଟୋ ଖୁବ ଭାଇରାଲ ହେଉଛି । ଶୀତଦିନିଆ ପୋଷାକରେ ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସିଦ୍ଧାର୍ଥ ଏକ ନୀଳ ଜ୍ୟାକେଟ୍ ପିନ୍ଧିଥିବାବେଳେ କିଆରା ଏକ ମେଟାଲିକ୍ ଜ୍ୟାକେଟ୍ ପିନ୍ଧିଛନ୍ତି । ଏହା ସହିତ ଦୁହେଁ ସ୍ନୋ ଗଗଲ୍ସ ପିନ୍ଧିଛନ୍ତି । ବିଶେଷ କଥା ହେଉଛି ଦୁହେଁ ଦୁଇ ଦୁଇଟି ଚଷମା ପିନ୍ଧିଛନ୍ତି ।

ସିଦ୍ଧାର୍ଥଙ୍କ ଗୀତ କଳା ଚଷମା କନେକ୍ସନ ମଧ୍ୟ ଏହି ଫଟୋରେ ଫ୍ୟାନ୍ସମାନେ ଦେଖିବାକୁ ପାଇଛନ୍ତି । ଫଟୋ ସେୟାର କରିବାବେଳେ କିଆରା ଲେଖିଥିଲେ- ‘୨୦୨୩-ଅନେକ ଜିନିଷ ପାଇଁ କୃତଜ୍ଞ, ୨୦୨୪- କମିଂ ଫର ୟୁ ବେବି । ହାପି ନ୍ୟୁ ୟିଅର । ଟିପ୍ପଣୀ- ସେ କଳା ଚଷମାକୁ ବହୁତ ପସନ୍ଦ କରନ୍ତି, ଆମର ୪ଟି ଅଛି’। ସୂଚନାଯୋଗ୍ୟ, କିଆରା ଏଠି ସିଦ୍ଧାର୍ଥଙ୍କ ଫିଲ୍ମ ‘ବାର ବାର ଦେଖୋ’ର କାଲା ଚାଶମା ଗୀତକୁ କନେକ୍ଟ କରିଛନ୍ତି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ କିଆରାଙ୍କର ଏହି ପୋଷ୍ଟ ପାଇଁ ଅଭିନନ୍ଦନ ଜଣାଉଛନ୍ତି । ଅନେକ ଲୋକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି ।

କହି ରଖୁଛୁ, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଗତ ବର୍ଷ ୭ ଫେବୃଆରୀରେ ବିବାହ କରିଥିଲେ । କିଆରା ଏବଂ ସିଦ୍ଧାର୍ଥ ରାଜସ୍ଥାନ ସୂର୍ଯ୍ୟଗଡ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ପ୍ରେମ କାହାଣୀ ‘ଶେର ଶାହ’ ଫିଲ୍ମର ସେଟରୁ ଆରମ୍ଭ ହୋଇଥିଲା । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସିଦ୍ଧାର୍ଥ ଖୁବ୍ ଶୀଘ୍ର ‘ଯୋଦ୍ଧା’ ଫିଲ୍ମରେ ନଜର ଆସିବେ । ଏହା ପରେ ତାଙ୍କୁ ରୋହିତ ଶେଟ୍ଟୀଙ୍କ ୱେବ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ରେ ଦେଖିବାକୁ ମିଳିବ । କିଆରା ବିଷୟରେ କହିବାକୁ ଗଲେ ସେ ରାମ ଚରଣଙ୍କ ସହ ‘ଗେମ୍ ଚେଞ୍ଜର’ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.