Below header

ସୁରକ୍ଷା ବ୍ୟବସ୍ଥାକୁ ଫୁ’, ନୂଆବର୍ଷରେ ତଣ୍ଟି କାଟି ଲୁଟି ନେଲେ ଦୁର୍ବୃତ୍ତ

ନୂଆବର୍ଷରେ ତଣ୍ଟି କାଟି ବ୍ୟାଗ ନେଇଗଲେ ଲୁଟେରା । ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଏହି ଲୁଟ୍ ହୋଇଛି । ବ୍ୟାଗ୍ ଛଡ଼ାଇବା ବେଳେ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ତଣ୍ଟି କାଟିଦେଲେ । ଲୁଟର ଶିକାର ହୋଇଛନ୍ତି ଶିବାନନ୍ଦ ବାରିକ । ଶିବାନନ୍ଦଙ୍କ ଘର ଆଗରୁ ହୋଇଛି ଲୁଟ ।

ଭୁବନେଶ୍ୱର (କେନ୍ୟୁଜ): ତଣ୍ଟି କାଟିଲେ, ଲୁଟ୍ କଲେ । ନୂଆବର୍ଷରେ ତଣ୍ଟି କାଟି ବ୍ୟାଗ ନେଇଗଲେ ଲୁଟେରା । ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଏହି ଲୁଟ୍ ହୋଇଛି । ବ୍ୟାଗ୍ ଛଡ଼ାଇବା ବେଳେ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ତଣ୍ଟି କାଟିଦେଲେ । ଲୁଟର ଶିକାର ହୋଇଛନ୍ତି ଶିବାନନ୍ଦ ବାରିକ । ଶିବାନନ୍ଦଙ୍କ ଘର ଆଗରୁ ହୋଇଛି ଲୁଟ ।

ସୂଚନା ଅନୁଯାୟୀ ରାତି ପ୍ରାୟ ୩ ଟା ବେଳେ ସେ ତାଙ୍କ ଛକରେ ଥିବା ଦୋକାନକୁ ଯିବା ପାଇଁ ବାହାରିଥିଲେ । ଏହି ସମୟରେ ଗେଟ୍ ଆଗରୁ ଲୁଟେରା ଲୁଟି ନେଇଥିଲେ । ବିରୋଧ କରିବାରୁ ତଣ୍ଟି କାଟିଦେଲେ । ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଘରକୁ ଫେରିଛନ୍ତି । ମାତ୍ର ୬ ହଜାର ଟଙ୍କା ବ୍ୟାଗରେ ନେଇଛନ୍ତି । ହେଲେ ବ୍ୟାଗରେ ଅଧିକ ଟଙ୍କା ଥିବା ନେଇ ଲୁଟେରା ଭାବିବା ସହ ଆକ୍ରମଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.