WhatsAppରେ ଆସିଲା ନୂଆ ଫିଚର, ବଢ଼ିବ ଫୋନ୍ ନମ୍ବରର ପ୍ରାଇଭେସୀ

WhatsAppର ଏହି ନୂଆ ଫିଚରକୁ ୟୁଜର୍ ନେମ୍ କୁହାଯାଉଛି । ଏହି ଫିଚର ପ୍ରଥମେ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ରୋଲଆଉଟ୍‌ ହୋଇଥିଲା ଏବଂ ବର୍ତ୍ତମାନ ଏହା ୱେବ୍ ଭର୍ସନ ପାଇଁ ରିଲିଜ୍‌ କରାଯିବ ।

WhatsApp ପ୍ରାଇଭେସୀ ପାଇଁ ମେଟା ଏକ ବଡ ଫିଚର ଉପରେ କାମ କରୁଛି । WhatsAppର ଏହି ଫିଚର ଆସିବା ପରେ ଆପଣଙ୍କ ଫୋନ୍ ନମ୍ବରର ପ୍ରାଇଭେସୀ ବଢ଼ିବ । ନୂଆ ଅପଡେଟ୍‌ ପରେ ୟୁଜର୍ସଙ୍କୁ ୱେବ୍ ଭର୍ସନରେ ଚାଟିଂ ପାଇଁ ଆପଣଙ୍କୁ ନିଜ ଫୋନ୍ ନମ୍ବର ସେୟାର କରିବାକୁ ପଡିବ ନାହିଁ । ଆପଣ କେବଳ ଆପଣଙ୍କର ID ସେୟାର କରି ଚାଟ୍ କରି ପାରିବେ ।

WhatsAppର ଏହି ନୂଆ ଫିଚରକୁ ୟୁଜର୍ ନେମ୍ କୁହାଯାଉଛି । ଏହି ଫିଚର ପ୍ରଥମେ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ରୋଲଆଉଟ୍‌ ହୋଇଥିଲା ଏବଂ ବର୍ତ୍ତମାନ ଏହା ୱେବ୍ ଭର୍ସନ ପାଇଁ ରିଲିଜ୍‌ କରାଯିବ ।

ଏକ ରିପୋର୍ଟରେ ଏହି ଫିଚର ବିଷୟରେ କୁହାଯାଇଛି । ବର୍ତ୍ତମାନ WhatsAppରେ ଯେକୌଣସି ଭର୍ସନରେ ଚାଟିଂ ପାଇଁ ଫୋନ୍ ନମ୍ବର ସେୟାର କରିବା ଆବଶ୍ୟକ, କିନ୍ତୁ ନୂଆ ଅପଡେଟ୍‌ ପରେ ଏହାର କୌଣସି ଆବଶ୍ୟକତା ରହିବ ନାହିଁ । ଲୋକମାନେ କେବଳ ୟୁଜରନେମ୍‌ ସାହାଯ୍ୟରେ ପରସ୍ପର ସହିତ ଚାଟ୍ କରିପାରିବେ ।

WhatsApp କହିଛି ଯେ ଏହି ଫିଚର ଦ୍ୱାରା ଆପ୍ ୟୁଜରଙ୍କ ଫୋନ୍ ନମ୍ବରର ପ୍ରାଇଭେସୀ ଠିକ୍‌ ରହିବ । ନୂଆ ଫିଚରର ଏକ ସ୍କ୍ରିନସଟ୍ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ୟୁଜରନେମ୍‌ ଦେଖାଯାଉଛି । ୟୁଜରନେମ୍‌ ସର୍ଚ୍ଚର ଫିଚର ପୂର୍ବରୁ ହିଁ ଟେଲିଗ୍ରାମ ମେସେଜିଂ ଆପରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.