ଚୋରି ହୋଇଗଲା ଡେଭିଡ ଓ୍ଵାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ କ୍ୟାପ୍‌, ଫେରାଇ ଦେବାକୁ ଅପିଲ କଲେ ଖେଳାଳି

ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଡେଭିଡ ଓ୍ଵାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ କ୍ୟାପ୍‌ ଚୋରି ହୋଇଯାଇଛି । ମେଲବର୍ଣ୍ଣରୁ ସିଡନୀ ଆସୁଥିବା ବେଳେ ତାଙ୍କ ବ୍ୟାଗ୍‌ ଗାଏବ ହୋଇଯାଇଥିବା ସେ କହିଛନ୍ତି । ସେହି ବ୍ୟାଗରେ ତାଙ୍କ ଟେଷ୍ଟ ଡେବ୍ୟୁ କ୍ୟାପ୍‌ ରହିଥିଲା ।

ଦିନିକିଆରୁ ଅବସର ନେବା ପରେ ଚୋରି ହୋଇଗଲା ଓ୍ଵାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ କ୍ୟାପ୍‌ । ଫେରାଇ ଦେବାକୁ ସୋସିଆଲ ମିଡିଆରେ କଲେ ଅପିଲ । ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଡେଭିଡ ଓ୍ଵାର୍ଣ୍ଣରଙ୍କ ଟେଷ୍ଟ ଡେବ୍ୟୁ କ୍ୟାପ୍‌ ଚୋରି ହୋଇଯାଇଛି । ମେଲବର୍ଣ୍ଣରୁ ସିଡନୀ ଆସୁଥିବା ବେଳେ ତାଙ୍କ ବ୍ୟାଗ୍‌ ଗାଏବ ହୋଇଯାଇଥିବା ସେ କହିଛନ୍ତି । ସେହି ବ୍ୟାଗରେ ତାଙ୍କ ଟେଷ୍ଟ ଡେବ୍ୟୁ କ୍ୟାପ୍‌ ରହିଥିଲା ।

ଜାନୁଆରୀ ୩ରେ ସିଡନୀରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ପୂର୍ବରୁ ତାଙ୍କର ଏକ ମୂଲ୍ୟବାନ ଜିନିଷ ଚୋରି ହୋଇଯାଇଛି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓ ମାଧ୍ୟମରେ ବ୍ୟାଗି ଗ୍ରୀନ୍ କ୍ୟାପ୍ ଫେରାଇ ଦେବା ପାଇଁ ଅପିଲ୍‌ କରିଛନ୍ତି । କ୍ୟାପ୍ ମିଳିଗଲେ ସେ ବହୁତ ଖୁସି ହେବ ବୋଲି ଲେଖିଛନ୍ତି । ଟେଷ୍ଟ ଡେବ୍ୟୁ କ୍ୟାପ୍‌ ବ୍ୟାଗରେ ଥିଲା । ଆଉ ଯଦି ଏହି କ୍ୟାପ୍‌ କାହାକୁ ମିଳେ, ତେବେ ସେ ସିଡନୀରେ ଥିବା ଫୋକସ ସ୍ପୋର୍ଟସ ଅଫିସରେ ଫେରାଇପାରିବେ ବୋଲି କହିଛନ୍ତି ।

 

View this post on Instagram

 

A post shared by David Warner (@davidwarner31)

ସୂଚନାଯୋଗ୍ୟ, ଟେଷ୍ଟରୁ ଅବସର ନେଇଥିବା ଡେଭିଡ ଓ୍ଵାର୍ଣ୍ଣର ଦିନିକିଆରୁ ମଧ୍ୟ ସନ୍ନ୍ୟାସ ନେଇଛନ୍ତି । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ତାଙ୍କ ଟେଷ୍ଟ କ୍ୟାରିଅରର ଶେଷ ମ୍ୟାଚ୍‌ । ଟେଷ୍ଟ ରିଟାୟରମେଣ୍ଟ ଘୋଷଣା ଗତବର୍ଷ ଜୁନରେ କରିଥିଲେ । ଏହି ୩୭ ବର୍ଷୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଦୁଇଥର ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ୍ କରିବାରେ ନିଜର ଭୂମିକା ଗ୍ରହଣ କରିଛନ୍ତି ।

ସେ ୨୦୧୫ ଏବଂ ୨୦୨୩ ODI ବିଶ୍ୱକପରେ ବିଜେତା ଦଳ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୩ ବିଶ୍ୱକପରେ ସେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍ ସ୍କୋରର ମଧ୍ୟ ହୋଇଥିଲେ । ଓ୍ଵାର୍ଣ୍ଣର ୨୨ଟି ଶତକ ସହିତ ହାରାହାରି ୪୫.୩୦ ରେ ଏହି ଫର୍ମାଟରେ ୬୯୩୨ ରନ୍ ସ୍କୋର କରିଛନ୍ତି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ କେବଳ ରିକି ପଣ୍ଟିଙ୍ଗ ସର୍ବାଧିକ ଦିନିକିଆ ଶତକ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.