ମିଛ ଖବରର ପ୍ରସାର ଯୋଗୁଁ ସତ ବଳିପଡୁଛି : ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ

‘ଆମେ ଏମିତି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି: ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ

‘ଆମେ ଏମିତି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା ହେଲେ ଟ୍ରୋଲିଂ ବା ସମାଲୋଚନା ଆରମ୍ଭ କରିଦେଉଛନ୍ତି। ଆମେରିକାନ ବାର୍ ଆସୋସିଏସନ (ଏବିଏ) ଇଣ୍ଡିଆ ସମ୍ମିଳନୀ ୨୦୨୩ରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମତ ରଖି ଏହା କହିଛନ୍ତି।

ମିଛ ଖବରର ପ୍ରସାର ଭିତରେ ସତ ବଳିପଡ଼ୁଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଲୋକମାନେ ସେମାନଙ୍କ ନିଜ ମତଠାରୁ ଭିନ୍ନ ମତ ଓ ଦୃଷ୍ଟିକୋଣକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ଟ୍ରୋଲିଂ ସମସ୍ୟା ଉପୁଜୁଛି। ଯୁକ୍ତିଯୁକ୍ତ ବା ସଠିକ୍ ଆଧାରରେ କଦାପି ଗ୍ରହଣ କରାଯାଉ ନାହିଁ । ଭିନ୍ନ ଅର୍ଥରେ ଗ୍ରହଣ କରାଯାଉଛି ଏବଂ ଟ୍ରୋଲ କରାଯାଉଛି । ଏପରିକି ବିଚାରପତିଙ୍କୁ ମଧ୍ୟ ବାଦ୍ ଦିଆଯାଉନାହିଁ ।

ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି ଯେ, କୋଭିଡ -୧୯ ସମୟରେ ଭାରତୀୟ ନ୍ୟାୟପାଳିକା ଭିଡିଓ କନଫରେନ୍ସକୁ ଭଲ ଭାବରେ ଆରମ୍ଭ କରିଥିଲା ଏବଂ ତା’ପରେ ଏହାର ପରିସର ସମସ୍ତ କୋର୍ଟରେ ବିସ୍ତାର କରିଥିଲା। ସେ କହିଛନ୍ତି ଯେ, ମହାମାରୀ ଯୋଗୁଁ ଆରମ୍ଭ ହୋଇଥିବା ଭିଡିଓ କନଫରେନ୍ସ ନ୍ୟାୟର ବିକେନ୍ଦ୍ରୀକରଣକୁ ଆଗେଇ ନେଇଛି ଏବଂ “ମୁଁ ଭାବୁଛି ନ୍ୟାୟର ଏହି ବିକେନ୍ଦ୍ରୀକରଣ ନ୍ୟାୟ ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.