କଶ୍ମୀର ପ୍ରସଙ୍ଗ ନେଇ ଜାତି ସଂଘ ମହାସଭାରେ ପୁଣି ବର୍ଷିଲେ ତୁର୍କୀ ରାଷ୍ଟ୍ରପତି,ପାକିସ୍ତାନକୁ କଲେ ସମର୍ଥନ

ନ୍ୟୁୟର୍କ : ଜାତିସଂଘର ପ୍ରଥମ ଭର୍ଚୁଆଲ୍‌ ମହାସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁର୍କୀର ରାଷ୍ଟ୍ରପତି ରିସେପ ତଇପ ଏର୍ଦୋଗେନ୍‌ସ୍‌ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ଦେଇଥିବା ବେଳେ କଶ୍ମୀରକୁ ନେଇ ବିବାଦୀୟ ବକ୍ତବ୍ୟ ରଖିଥିଲେ ।

ସେ କହିଥିଲେ କଶ୍ମୀର ଏକ ଜ୍ୱଳନ୍ତ ପ୍ରସଙ୍ଗ । ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ସେଠାରେ ସମସ୍ୟା ଅଧିକ ଗମ୍ଭୀର ହୋଇଯାଇଛି । ଖାଲି ସେତିକି ନୁହେଁ ତାଙ୍କ ବକ୍ତବ୍ୟରେ ସେ ପାକିସ୍ତାନକୁ ସମର୍ଥନ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି । କଶ୍ମୀର ପ୍ରସଙ୍ଗକୁ ଜାତିସଂଘ ପ୍ରସ୍ତାବ ଆଧାରରେ ସମାଧାନ କରିବାକୁ ମଧ୍ୟ ରାଷ୍ଟ୍ରପତି ଏର୍ଦୋଗେନ୍‌ସ୍‌ କହିଥିଲେ ।

ଏର୍ଦୋଗେନ୍‌ସ୍‌ ପୂର୍ବରୁ ମଧ୍ୟ ଅନେକ ଥର କଶ୍ମୀରର ତୂଳନା ଫିଲିସ୍ତିନ ସହ କରିଛନ୍ତି । ଖାଲି ଏତିକି ନୁହେଁ ସେ ଭାରତ ଉପରେ କରୋନା ସଂକ୍ରମଣ ସମୟରେ ମଧ୍ୟ କଶ୍ମୀରରେ ଅତ୍ୟାଚାର ହେଉଥିବାର ମିଥ୍ୟା ଅଭିଯୋଗ ଲଗାଇଥିଲେ ।

ମାତ୍ର ବାସ୍ତବ ଏହା ଯେ, କଶ୍ମୀର ଉପରେ ଭାରତକୁ ଶାସନତନ୍ତ୍ରର ପାଠ ପଢାଇବାକୁ ଉଦ୍ୟମ କରୁଥିବା ଏର୍ଦୋଗେନ୍‌ସ୍‌ ତୁର୍କୀରେ ନିଜେ ଜଣେ କଟ୍ଟର ଇସଲାମିକ ଏକଛତ୍ରବାଦ ଶାସକ । ଏର୍ଦୋଗେନ୍‌ସ୍‌ କରୋନା ଭ୍ୟାକ୍‌ସିନ ନେଇ କହିଥିଲେ ଯେ ବିଶ୍ୱର ଯେ କୈାଣସି କୋଣରେ ବି କରୋନା ଭ୍ୟାକ୍‌ସିନ ପ୍ରସ୍ତୁତି ହେଲେ ତାହା ସାରା ବିଶ୍ୱରେ ମିଳିବ ।

un-0

ସେହିପରି ଚୀନ୍‌ ମଧ୍ୟ ଜାତିସଂଘର ପ୍ରଥମ ଭର୍ଚୁଆଲ୍‌ ମହାସଭାରେ କରୋନା ସଂକ୍ରମଣକୁ ନେଇ ଆମେରିକା ତା’ଉପରେ ଲଗାଇଥିବା ଅଭିଯୋଗକୁ ଖଣ୍ଡନ କରିଛି । ଚୀନ୍‌ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଚୀନ୍‌ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.