Below header

ବର୍ତ୍ତମାନ ଆପଣଙ୍କ ଘର ସମ୍ମୁଖରେ ମଧ୍ୟ ପହଞ୍ଚି ପାରିବ xiaomi store, କିଣି ପାରିବେ ନିଜ ମନଲାଖି ପ୍ରଡକ୍ଟସ

ପ୍ରଥମ ଥର ପାଇଁ ଭାରତରେ Xiaomi କୌଣସି ଦୋକାନ କିମ୍ବା ମଲରେ ନୁହେଁ ବରଂ ଏକ ଗାଡିରେ Mi ଷ୍ଟୋର ଖୋଲିଛି । ଏପରି ଭିନ୍ନ ପଦକ୍ଷେପ ଦ୍ୱାରା କମ୍ପାନୀ ଭାରତର ହୃଦୟ ପର‌୍ୟ୍ୟନ୍ତ ପହଞ୍ଚି ପାରିବ ବୋଲି ଦାବି କରିଛି । ତେବେ ଗାଁ ଓ ଦୁର ଦୁରାନ୍ତର ସ୍ଥାନକୁ ଏହି ସୁବିଧା ପ୍ରତି ଅଧିକ ଧ୍ୟାନ ଦିଆଯିବ । କରୋନା ମହାମାରୀ କାରଣରୁ ଲୋକେ ନିଜ ଘରୁ ବାହାରି ପାରୁନାହାନ୍ତି ଯାହା ଫଳରେ ଦୋକାନ କିମ୍ବା ମଲରେ ଲାଗି ରହିଥିବା ଲମ୍ବା ଭିଡ ବର୍ତ୍ତମାନ ଦେଖିବାକୁ ମିଳୁନାହିଁ । ଏହି କାରଣରୁ ଅଫଲାଇନ ଷ୍ଟୋର ଦୋକାନୀଙ୍କର ଭାରି ମାତ୍ରାରେ କ୍ଷତି ହେଉଛି । ତେବେ ନୂତନ ଖୁଚୁରା ରଣନୀତି ଅନୁଯାୟୀ କମ୍ପାନୀର ଟିମ୍ ବର୍ତ୍ତମାନ ଜିଆଓମିର ଖୁଚୁରା ଅଭିଜ୍ଞତାକୁ ଗ୍ରାହକଙ୍କ ଘରକୁ ନେଇପାରିବେ ।

ସ୍ମାଟଫୋନ ସହିତ ଏହି ସବୁ ପ୍ରଡକ୍ଟସର ହେବ ବିକ୍ରି :

Xiaomi Global  ର ଭାଇସ ପ୍ରେସିଡେଣ୍ଟ ଏବଂ ଏହାର ଭାରତ ସଞ୍ଚାଳନର ମାନେଜିଙ୍ଗ ଡାଇରେକ୍ଟର ମନୁ କୁମାର ଜୈନ ତାଙ୍କ ଏକ ଟ୍ଵିଟ ମାଧ୍ୟମରେ ମୋବାଇଲ ଅଫଲାଇନ ଷ୍ଟୋରର ଘୋଷଣା କରିଛନ୍ତି । ଏହା ସହିତ ଜୈନ ନିଜ ଆକାଉଣ୍ଟରେ ଏହି ମୋବାଇଲ ଷ୍ଟୋରର କିଛି ଫଟୋ ମଧ୍ୟ ଅପଲୋଡ କରିଛନ୍ତି ଯାହା ଅବିକଳ ଫୁଡ ଭ୍ୟାନ ଭଳି ଦେଖାଯାଉଛି । mi store on wheels  ହେଉଛି ଏକ ଚଳନ୍ତା ଭ୍ୟାନ ଯାହା ପଛରେ ପପ୍‌-ଅପ୍ ଷ୍ଟୋର ରହିଛି । ଏହି ଷ୍ଟୋରରେ ସ୍ମାଟ ଫୋନ ଛଡା ସ୍ମାଟ ଟିଭି, Mi ବକ୍ସ 4k ,Mi TV ସ୍ଟିକ,Mi CCTV କ୍ୟାମେରା, Mi ସ୍ପୋର୍ଟସ ବ୍ଲୁଟୁଥ ଇୟରଫୋନ୍‌, Mi ଟ୍ରୁ ଓ୍ଵାଏରଲେସ ଇୟରଫୋନ୍‌, Redmi ଇଅରବର୍ଡସ S, Mi ଚଷମା, ପାଓ୍ଵାରବ୍ୟାଙ୍କ ଏବଂ ଚାର୍ଜର ସମେତ ଅନ୍ୟାନ୍ୟ ପ୍ରଡକ୍ଟସ ମଧ୍ୟ ବିକ୍ରି ହେବ ।

mi on wheel 2

ଗ୍ରାହକଙ୍କ ଠାରୁ ଫିଡ୍‌ବ୍ୟାକ୍‌ ମଧ୍ୟ ନିଆଯିବ :

ଏହି ଯୋଜନା ୪୦ ଦିନ ମଧ୍ୟରେ ପୂର୍ଣ୍ଣ କରାଯାଇଛି ବୋଲି ଜୈନ କହିଛନ୍ତି । ଗ୍ରାମ କିମ୍ବା ଛୋଟ ସହର ଗୁଡିକରେ Xiaomi ର ପ୍ରଡକ୍ଟସ ଲୋକଙ୍କ ପାଖକୁ ପହଞ୍ଚାଇବାରେ ଏହା ସହାୟକ ହେବ ବୋଲି ମଧ୍ୟ ସେ କହିଛନ୍ତି । ତେବେ ପ୍ରଥମେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ କିମ୍ବା ସହରର ଘୋଷଣା ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ କରିନାହିଁ । ଅଫଲାଇନ ମୋବାଇଲ ଷ୍ଟୋରରେ ବିକ୍ରି କରିବା ବ୍ୟତୀତ କମ୍ପାନୀ ଗ୍ରାହକଙ୍କଠାରୁ ତାଙ୍କ ମତାମତ ମଧ୍ୟ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.